ସାତକୋଶିଆରେ ‘ସୁନ୍ଦରୀ’ ଅପରେସନ : ବାଘୁଣୀ ଧରିବା ଅଭିଯାନରେ ସାମିଲ ହେବ କୁମକି ହାତୀ ଯଶୋଦା

ସୁନ୍ଦରୀକୁ ଧରିବାକୁ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ

100

କନକ ବ୍ୟୁରୋ: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ଅଭିଯାନରେ ଆଜିଠୁ ସାମିଲ ହେବ କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ସୁୁନ୍ଦରୀ ଅପରେସନ ପାଇଁ ସାତକୋଶିଆରେ କୁମକି ହାତୀ ସହ ୧୨ ଜଣିଆ ଟିମ୍ ପହଂଚିଛନ୍ତି ।

ଏହି ଟିମ୍ ହାତୀର ମାନସିକ ସ୍ଥିତି ଅନୁଧ୍ୟାନ କରିବା ପରେ ଭୌଗଳିକ ସ୍ଥିତିର ପରୀକ୍ଷଣ କରି ଅଭିଯାନରେ ସାମିଲ କରାଯିବ । ତାପରେ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବେ ବାନ୍ଧବଗଡରୁ ଆସିଥିବା ବଶେଷଜ୍ଞ ଦଳ । ଆଜିଠାରୁ ସୁନ୍ଦରୀକୁ ପୁଣି ଥରେ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ମଇଁଷି, ସ୍ୱୟଂ ଚାଳିତ ଯନ୍ତା ଓ ଷ୍ଟ୍ରେଚର ସାତକୋଶିଆରେ ରଖାଯାଇଛି ।