ପରଦାକୁ ଆସିଲା ଦୁଷ୍ମନ୍ତ ଓ ରୁପାଲିଙ୍କ ଅଭିନିତ ଓଡିଆ ଫିଲ୍ମ “ସାତ ଜନମର ସାଥୀ ’’

115

ଓଡିଆ ଫିଲ୍ମ “ସାତ ଜନମର ସାଥୀ ’’ ରିଲିଜ୍ ହୋଇଛି । ସମ୍ପୂର୍ଣ୍ଣ ଓଡିଆ ପାରିବାରିକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଦୁଷ୍ମନ୍ତ ଓ ରୁପାଲିଙ୍କୁ ଦେଖିବାକୁ ମିଳିଛି । କାହାଣୀ, ସଙ୍ଗୀତ, ଓ ସଂଳାପ ଦୃଷ୍ଟିରୁ ଫିଲ୍ମଟି ବେଶ୍ ଭଲ ହୋଇଥବା ପ୍ରଯୋଜନା ସଂସ୍ଥା କହିଛି । ଦର୍ଶକଙ୍କ ମନକୁ ଏହି ଫିଲ୍ମଟି ଛୁଇଁବ ବୋଲି ଆଶା କରାଯାଉଛି । ବହୁଦିନ ପରେ ଅଭିନେତା ଦୁଷ୍ମନ୍ତ ପରଦାକୁ ଫେରିଛନ୍ତି । ପୁଷ୍ପିତା ଶୁକ୍ଳାଙ୍କ ଦ୍ୱାରା ନିର୍ଦେଶିତ ଏହି ସିନେମାରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଚନ୍ଦନ ଓ ପ୍ରଶାନ୍ତ ।