୩୦ ଦିନ ଭିତରେ ହଷ୍ଟେଲକୁ ନଫେରିଲେ ବିଦା ହେବେ ବୁଦ୍ଧିଆ : କ୍ରୀଡା ସଚିବ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧାବକ ବୁଦ୍ଧିଆ ସିଂକୁୁ ନେଇ ଲାଗିରହିଛି ସସପେନ୍ସ । ବିସ୍ମୟ ବାଳକ ବୁଦ୍ଧିଆ ଏବେ କେଉଁଠି ତାକୁ ନେଇ ଚର୍ଚ୍ଚା ଜାରିରହିଛି । ପରିବାର ଲୋକ କହୁଛନ୍ତି ମାଆଙ୍କ ସହ ମାମୁଁ ଘରେ ଅଛନ୍ତି ବୁଦ୍ଧିଆ ସିଂ । ସେପଟେ କ୍ରୀଡା ଛାତ୍ରାବାସର ବାରମ୍ବାର ନୋଟିସ ସତ୍ୱେ ବୁଦ୍ଧିଆ ନଫେରିବା, ଅନେକ ସନ୍ଦେହ ସୃଷ୍ଟି କରୁଛି ।

ତେବେ ବୁଦ୍ଧିଆ ସ୍ପୋର୍ଟସ ହଷ୍ଟେଲରୁ ଗାଏବ ହେବା ପଛରେ କାରଣ ଯାହା ଥାଉନା କାହିଁକି, ଏବେ କିନ୍ତୁ ବୁଦ୍ଧିଆଠାରୁ ହାତ ଛଡାଇ ଦେବାକୁ ବସିଛନ୍ତି ସରକାର । କ୍ରୀଡା ସଚିବ କହିଛନ୍ତି ବୁଦ୍ଧିଆ ଶୀଘ୍ର ନଫେରିଲେ ଛାତ୍ରାବାସରୁ ବିଦା କରିଦିଆଯିବ । ତେବେ କଣ କହିଛନ୍ତି କ୍ରୀଡା ସଚିବ ଦେଖନ୍ତୁ ଏହି ଭିଡିଓରେ :

ଏହା ସହ ବୁଦ୍ଧିଆ ସିଂ ହଷ୍ଟେଲ ନଫେରିବା ପ୍ରସଙ୍ଗ : କ୍ରୀଡା ସଚିବ ଶାଶ୍ୱତ ମିଶ୍ରଙ୍କ ବୈଠକ