ବିବାହ କଲେ ଛୋଟ ପରଦାର ସିମର୍-ପ୍ରେମ୍ : ଦୁନିଆ ଆଉ ଧର୍ମକୁ ଖାତରି ନକରି ଉଭୟେ କଲେ ପ୍ରେମ ବିବାହ

93

ବିବାହର ପବିତ୍ର ବନ୍ଧନରେ ଆବଦ୍ଧ ହୋଇଛନ୍ତି ଛୋଟ ପରଦାର ରୋମାଂଟିକ୍ ଯୋଡ଼ି ଦୀପିକା କକ୍କର୍ ଓ ସୋଏବ୍ ଇବ୍ରାଇମ୍ । ଉଭୟେ ‘ସସୁରାଲ୍ ସିମର୍ କା’ ଧାରାବାହିକରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିଥିଲେ । ଅନସ୍କ୍ରିନରେ ଲଭ୍ ଓ ରୋମାନ୍ସ କରୁ କରୁ ବାସ୍ତବ ଜୀବନରେ ବି ପ୍ରେମରେ ପଡି ଯାଇଥିଲେ ଉଭୟେ । ଏବେ ଶେଷରେ ମାରେଜ୍ କରିଛନ୍ତି ଦୀପିକା ଓ ସୋଏବ୍ ।

ବିବାହ କଲେ ଛୋଟପରଦାର ରୋମାଂଟିକ୍ ଯୋଡି । ଛୋଟ ପରଦାର ସିମର୍ ଓ ପ୍ରେମ ଏବେ ପ୍ରକୃତ ଜୀବନରେ ପରସ୍ପର ହାତ ଧରିଛନ୍ତି । ଅନସ୍କ୍ରିନ୍ ଯୋଡ଼ିକୁ ଏବେ ହୋଇଛନ୍ତି ଏମାନେ ରିୟଲ୍ ଲାଇଫ୍ ଯୋଡ଼ି । ଦୁନିଆ ଆଉ ଧର୍ମକୁ ଖାତରି ନକରି ପ୍ରେମ ବିବାହ କରିଛନ୍ତି ଏହି ଯୋଡି । ମୁମ୍ବାଇ ଠାରୁ ବହୁ ଦୁରରେ ଭୋପାଲରେ ବିବାହ କରିଛନ୍ତି ସୋଏବ୍ ଓ ଦୀପିକା । ସୋଏବଙ୍କ ଘରେ ଅନୁଷ୍ଠିତ ହୋଇଛି ଏମାନଙ୍କ ମାରେଜ୍ । ବଲିଉଡ୍ ସିନେମା ‘ଦିଲ୍ ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ ଥିମ୍ ରହିଥିଲା ଏମାନଙ୍କ ମାରେଜର । ଯାହା ସୋଏବ୍ ଓ ଦୀପିକାଙ୍କ ପ୍ରି ୱେଡିଂ ଫଟୋସୁଟରେ ଦେଖିବାକୁ ମିଳିଛି ।

ହିନ୍ଦୁ ଓ ଇସଲାମ୍ ଉଭୟ ରିତିନୀତି ଅନୁସାରେ ଏମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ହେଲେ ପ୍ରଥମେ ଏମାନେ କରିଛନ୍ତି ରେଜିଷ୍ଟ୍ରି ମାରେଜ୍ । ଯାହାର ଫଟୋକୁ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ହଲଦି, ମେହନ୍ଦି ଓ ସଙ୍ଗୀତ ସେରିମନି । ଏସବୁ ଦେଖିବାକୁ ମିଳିଛି ସୋଏବ୍ ଓ ଦିପିକାଙ୍କ ବିବାହ ଉତ୍ସବରେ । ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା ସସୁରାଲ୍ ସିମର୍କା ସିରିଏଲ୍ ସେଟରୁ । ପ୍ରଥମେ ବନ୍ଧୁତା ଆଉ ଧିରେ ଧିରେ ପ୍ରେମରେ ପରିଣତ ହେଲା ଏମାନଙ୍କ ଫ୍ରେଣ୍ଡସିପ୍ । ପରେ ପବଲିକରେ ବି ନିଜ ସମ୍ପର୍କକୁ ନେଇ ଘୋଷଣା କଲେ ଏମାନେ । ଡ୍ୟାନ୍ସ ରିୟାଲିଟି ଶୋ ନଚ ବଲିଏରେ ଏମାନଙ୍କ ସମ୍ପର୍କକୁ ମିଳିଲା ଆଉ ଏକ ସ୍ୱିକୃତୀ । ଯେତେବେଳେ ଷ୍ଟେଜ୍ ଉପରେ ସୋଏବ୍, ଦୀପିକାଙ୍କୁ ବିବାହ ପାଇଁ ପ୍ରପୋଜ୍ କଲେ । ଟିଭିରେ ଏନଗେଜମେଂଟ୍ କରାଇଲେ । ଆଉ ଏବେ ହୋଇଛି ମାରେଜ୍ ।