ବିଜେପିକୁ ସମାଲୋଚନା କଲେ ସସ୍ମିତ ! ଚାଷୀଙ୍କୁ କେନ୍ଦ୍ର କରିଛି ପ୍ରତାରଣା, ବିପର୍ଯ୍ୟୟ ଆଡକୁ ଯାଉଛି ବିଜେପି ।

123

କନକ ବ୍ୟୁରୋ : ବିପର୍ଯ୍ୟୟ ଆଡକୁ ଗତି କରୁଛି ବିଜେପି । ଚାଷୀମାନଙ୍କ ସହ ଭାରତୀୟ ଜନତା ପାର୍ଟି ପ୍ରତାରଣା କରିଛି । ଜନସାଧାରଣ ସବୁ କିଛି ଜାଣିଛନ୍ତି, ଆଉ ସେମାନେ ୨୦୧୯ରେ ଏହାର ଉତ୍ତର ଦେବେ । ୨୦୧୪ ଅପେକ୍ଷା ୨୦୧୯ରେ ବିଜେପି ଆହୁରି ଶୋଚନୀୟ ଭାବେ ପରାସ୍ତ ହେବ । ଚାଷୀ ପ୍ରସଙ୍ଗ ନେଇ କିଛି ଏପରି ଭାବେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ସସ୍ମିତ ପାତ୍ର ।

ସସ୍ମିତ ପାତ୍ର କହିଛନ୍ତି, ୨୦୧୭ରୁ ଆଜି ପର୍ଯ୍ୟନ୍ତ ୧୨୦ରୁ ଅଧିକ ଆସନ ଆଣିବାକୁ ଯୁକ୍ତି ବାଢୁଛି ବିଜେପି । ଆଉ ୧୨୦ ପ୍ଲସର ଶୁଭାରମ୍ଭ ହେବ ବିଜେପୁରରେ । କିନ୍ତୁ ବିଜେପୁର ନିର୍ବାଚନରେ ବିଜେପି ପାଖାପାଖି ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ଠାରୁ ପରାସ୍ତ ହେଲା । କେବଳ ଏତିକି ନୁହେଁ, ସେବେଠାରୁ ଯେଉଁଠି ବି, ଉପନିର୍ବାଚନ, ଜିଲ୍ଲା ପରିଷଦ ନିର୍ବାଚନ କିମ୍ବା ଏନଏସି ନିର୍ବାଚନ ହୋଇଛି, ସବୁଠି ବିଜେଡି ଠାରୁ ପରାସ୍ତ ହୋଇଛି ବିଜେପି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ ବିଜେପି ପରାଜିତ ହେବା ପରେ ଔଷଧ ବିକଳରେ ତାଟିଆ କାମୁଡିଥିବା ସସ୍ମିତ କହିଛନ୍ତି । ଏହା ପାଣି ଫୋଟକା ସଦୃଶ । ବିଜେପି ବିପର୍ଯ୍ୟୟ ଆଡକୁ ଯାଉଥିବା ସସ୍ମିତ କହିଛନ୍ତି ।

ଓଡିଶାରେ ବିଜେପି ସରକାର ଗଢିଲେ, ଚାଷୀଙ୍କ ରୁଣ ଛାଡ କରିବ ବୋଲି ଘୋଷଣା କରିଛି । ଏହାକୁ ନେଇ ବିଜେପିକୁ ଘେରିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି, ଏବେ କେନ୍ଦ୍ରରେ ସାଢେ ୪ ବର୍ଷ ଧରି ବିଜେପି ସରକାର ଅଛନ୍ତି । ସେ ଚାହିଁଲେ ଚାଷୀଙ୍କ ରୁଣ ଛାଡ କରିପାରିବେ । ତେବେ ଚାଷୀ ରୁଣ ଛାଡ କରିବା ବୋଲି କହିବା ଆଉ ଏକ ଜୁମଲା ବୋଲି ସେ କହିଛନ୍ତି । ରାଜ୍ୟ ସରକାର ନିର୍ବାଚନ ବେଳେ ଚାଷୀମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି । ବିରୋଧୀ ବିଜେପି ଓ କଂଗ୍ରେସ ଚାଷୀଙ୍କ ସମସ୍ୟାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସସ୍ମିତ କହିଛନ୍ତି ।