ଜୟଲଳିତାଙ୍କ ପରେ ଏଆଇଏଡିଏମକେର ମଙ୍ଗ ଧରିଲେ ବାନ୍ଧବୀ ଶଶୀକଳା : ଜାନୁଆରୀ ୨ରେ ଦାୟିତ୍ୱ ଗ୍ରହଣ

47

କନକବ୍ୟୁରୋ:ଜୟଲଳିତାଙ୍କ ପରେ ଏଆଇଏଡିଏମକେର ମଙ୍ଗ ଧରିଲେ ବାନ୍ଧବୀ ଶଶୀକଳା । ଏଆଇଏଡିଏମକେର ସାଧାରଣ ପରିଷଦ ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯାଇଛି । ତେବେ ଜାନୁଆରୀ ୨ତାରିଖରେ ଶଶୀକଳା ନଟରାଜନ ଦାୟିତ୍ୱ ଗ୍ରହଣ କରିବେ ।

ଏଆଇଏଡିଏମକେର ମୁଖ୍ୟ ପଦବୀରେ କିଏ ରହିବେ ତାକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗିଥିଲା । ଏବେ ଏହି ଚର୍ଚ୍ଚାର ଅବସାନ ଘଟିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନୀରସେଲଭମଙ୍କ ସମେତ ୨୩ଜଣ ନେତା ଶଶୀକଳା ନଟରାଜନଙ୍କୁ ସାଧାରଣ ସମ୍ପାଦକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ଏହି ପ୍ରସ୍ତାବଙ୍କୁ ସମସ୍ତ ସଭ୍ୟ ଗ୍ରହଣ କରିଛନ୍ତି । ଶଶୀକଳାଙ୍କ ନେତୃତ୍ୱରେ କାମ କରିବାକୁ ନିଷ୍ପତି ନେଇଛନ୍ତି ଏଆଇଏଡିଏମକେ କର୍ମୀ ।