ସିଂହାସନ ନୁହେଁ, ଚିନ୍ନାମାଙ୍କୁ ସଜା ! ରାଜ୍ୟଭୋଗର ଆଶା ବାନ୍ଧିଥିବା ଏଆଇଏଡିଏମକେର ନେତ୍ରୀ ଶଶିକଳା ଗଲେ ଜେଲ

20

କନକ ବ୍ୟୁରୋ : ସିଂହାସନ ନୁହେଁ, ଚିନ୍ନାମାଙ୍କୁ ସଜା । ତାମିଲନାଡୁର ରାଜ୍ୟଭୋଗର ଆଶା ବାନ୍ଧିଥିବା ଶଶିକଳାଙ୍କୁ ଜେଲ ପଠାଇ ଦିଆଯାଇଛି । ବାଙ୍ଗାଲୋରର ପାରାପନ୍ନାରେ ଆତ୍ମସର୍ମପଣ କରିବା ପରେ କୋର୍ଟରେ ଔପଚାରିକତା ପୂରଣ କରାଯାଇଥିଲା । ଆଉ ଏହାପରେ ଏଆଇଏଡିଏମକେର ନେତ୍ରୀ ଶଶିକଳାଙ୍କୁ ଜେଲ ପଠାଇ ଦିଆଯାଇଛି ।

ସେଲ ନମ୍ବର ୨ରେ ରଖାଯାଇଥିବା ଶଶିକଳାଙ୍କୁ ପିନ୍ଧିବା ପାଇଁ ମାତ୍ର ୩ଟି ଶାଢ଼ୀ ଦିଆଯାଇଛି । ଜେଲରେ ତାଙ୍କୁ କୌଣସି ଭିଆଇପି ସେବା ଦିଆଯିବ ନାହିଁ । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ଶଶିକଳା ଜେଲରେ ମହମବତୀ ତିଆରି କରିବେ । ଆଉ ତାଙ୍କୁ ପାରିଶ୍ରମିକ ଭାବରେ ଦିନକୁ ମାତ୍ର ୫୦ ଟଙ୍କା ଦିଆଯିବ । ଜେଲରୁ ତାଙ୍କୁ କୌଣସି ଛୁଟି ମିଳିବ ନାହିଁ ।

ଏମିତିକି ରବିବାର ଦିନରେ ମଧ୍ୟ ତାଙ୍କୁ ଛୁଟି ମିଳିପାରିବ ନାହିଁ । ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଶଶିକଳାଙ୍କୁ ୪ ବର୍ଷର ଜେଲ ଦଣ୍ଡଦେଶ କରିଥିଲେ ସୁପ୍ରମିକୋର୍ଟ । ଆଉ ଶଶିକଳା ଦୋଷୀ ସାବ୍ୟପ୍ତ ହେବା ପରେ ସେ ୧୦ ବର୍ଷ ଯାଏଁ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଥିଲେ କୋର୍ଟ । ତେବେ ଶଶିକଳା ଆତ୍ମସପର୍ମଣ ପାଇଁ ଆସିଥିବା ବେଳେ ଜେଲ ଆଗରେ ଏଆଇଏଡିଏମକେ ସମର୍ଥକମାନେ ହଙ୍ଗାମା କରିଥିଲେ ।