ପୁଣି ଚର୍ଚ୍ଚାରେ ଚିନମ୍ମା ! ୨କୋଟି ଲାଂଚ ଦେଇ ଜେଲ୍ ଭିତରେ ଭିଆଇପି ସୁବିଧା ନେଉଥିଲେ ଶଶିକଳା

37

କନକ ବ୍ୟୁରୋ : ଭିଆଇପି କଏଦୀଙ୍କ କାରନାମା । ଜେଲ ଭିତରେ ଭିଆଇପି ସୁବିଧା ପାଇଁ ୨ କୋଟି ଟଙ୍କା ଲାଂଚ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଚିନାମ୍ମା । ଏଆଇଏଡିଏମକେର ଜେନେରାଲ ସେକ୍ରେଟାରୀ ଶିଶିକଳାଙ୍କୁ ନେଇ ପୁଣି ତାମିଲନାଡ଼ୁରେ ତମ୍ବିତୋଫାନ । ଶଶିକଳାଙ୍କ ବିରୋଧରେ କର୍ଣ୍ଣାଟକର ଜେଲ ଡିଆଇଜି ଡି ରୂପା ଆଣିଲେ ସାଂଘାତିକ ଅଭିଯୋଗ । ଜେଲ ଭିତରେ ଭିଆଇପି ସୁବିଧା ପାଇଁ ଜେଲ କର୍ତୃପକ୍ଷଙ୍କୁ ଶଶିକଳା ୨ କୋଟି ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ହୋଇଛି । ଲାଂଚ ଦେଇ ଜେଲ ଭିତରେ ନିଜ ପାଇଁ ସ୍ୱତନ୍ତ୍ର ରୋଷେଇ ଘର ବ୍ୟବସ୍ଥା କରିଛନ୍ତି ତାମିଲନାଡୁର ଏହି ବିବାଦୀୟ ନେତ୍ରୀ ।