ସିଂହାସନ ନୁହେଁ ସଜ୍ଜା ! ଶଶିକଳାଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

50

କନକ ବ୍ୟୁରୋ : ସିଂହାସନ ନୁହେଁ ସଜ୍ଜା । ପୋର୍ସ ଗାର୍ଡେନରୁ ଜେଲ୍ । ମୁଖ୍ୟମନ୍ତ୍ରୀ ଆସନ ପାଖରୁ ଫେରିଯାଇଛନ୍ତି ଚିନ୍ନାମା । ଆଜି ଶଶିକଳାଙ୍କୁ ଲାଗିଛି ସୁପ୍ରିମକୋର୍ଟ ଝଟକା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଦେଇଛନ୍ତି ୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ ହାଜର ହେବାକୁ ସମୟ ମାଗିଛନ୍ତି ଶଶିକଳା । ଏବେ ଚିନାମ୍ମା ଆଗାମୀ ୧୦ ବର୍ଷ ଯାଏଁ ଲଢ଼ି ନିର୍ବାଚନ ପାରିବେନି ।

ତେବେ ସୁପ୍ରିମ୍ କୋର୍ଟର ଏତେ ବଡ ଝଟକା ପରେ ବି କିନ୍ତୁ ଗୋଟି ଚାଳନା କରିବା ବନ୍ଦ କରି ନାହାଁନ୍ତି ଏଆଇଡିଏମକେ ସାଧାରଣ ସଂପାଦକ ଶଶିକଳା । ପନୀରସେଲଭମଙ୍କ ସମେତ ୨୦ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବାହାର କରି ଆପଣାଇଛନ୍ତି ନୂଆ ଟ୍ରିକ୍ । ଆଉ ବିଧାୟକ ଦଳ ନେତା ଆସନରେ ଆଣି ବସାଇଛନ୍ତି ପଲାନିସ୍ୱାମୀଙ୍କୁ ।

ତାମିଲନାଡୁର ରାଜନୈତିକ ଦଙ୍ଗଲ ଭିତରେ ଫୋକସରେ ଥିଲା ସୁପ୍ରିମକୋର୍ଟଙ୍କ ରାୟ । ଆଉ ସୁପ୍ରିମକୋର୍ଟ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ କଲେ । ଆଉ ଏବେ ଚିନାମ୍ମା ଆଗାମୀ ୧୦ ବର୍ଷ ଯାଏଁ ଲଢ଼ି ପାରିବେନି ନିର୍ବାଚନ ।

ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ କରିଛନ୍ତି ସୁପ୍ରିମକୋର୍ଟ । ଚିନାମ୍ମା କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୪ ସପ୍ତାହ ସମୟ ମାଗିଛନ୍ତି ।

ସଂଖ୍ୟାଧିକ ବିଧାୟକଙ୍କ ସମର୍ଥନ ହାସଲ କରି ମୁଖ୍ୟମନ୍ତ୍ରୀର ସ୍ୱପ୍ନ ଦେଖୁଥିବା ଶଶିକଳାଙ୍କୁ ଲାଗିଛି ସୁପ୍ରିମକୋର୍ଟଙ୍କ ଝଟକା । ଚିନାମ୍ମାଙ୍କୁ ହରଡଘଣାରେ ପକାଇ ଦେଇଛି ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା । ଚିନାମ୍ମା ଦୋଷୀ ସାବ୍ୟସ୍ତ ହେବା ପରେ କଣ ହେଉଛି ତାମିଲନାଡୁର ରାଜନୈତିକ ଭବିଷ୍ୟତ ତା ଉପରେ ଏବେବି ରହିଛି ସାରା ଦେଶର ନଜର ।