ଆତ୍ମସମର୍ପଣ ପାଇଁ ବାଙ୍ଗାଲୁରୁ ଗଲେ ଶଶିକଳା : ମେରିନା ବିଚରେ ଜୟାଙ୍କ ସମାଧିରେ ଦେଲେ ଶ୍ରଦ୍ଧାଂଜଳି

44

କନକ ବ୍ୟୁରୋ : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ବାଙ୍ଗାଲୁରୁ କୋର୍ଟରେ ଆତ୍ମସମର୍ପଣ କରିବେ ଶଶିକଳା । ବାଙ୍ଗାଲୁର ଆସିବା ପର୍ବରୁ ଏଆଇଡିଏମକେର ମହାସଚିବ ତଥା ଜୟଲଳିତାଙ୍କ ବାନ୍ଧବୀ ଶଶିକଳା ମେରିନା ବିଚରେ ଜୟାଙ୍କ ସମାଧି ପୀଠରେ ଶ୍ରଦ୍ଧାଂଜଳି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପାଇଁ ଆଶା ବାନ୍ଧିଥିବା ଶଶିକଳାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବଡ ଝଟକା ଲାଗିଛି ।

ଆୟ ବର୍ହିଭୂତ ସମ୍ପିତି ଠୁଳ ମାମଲାରେ ତାଙ୍କୁ ୪ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜୟାଙ୍କ ସମାଧି ପୀଠରେ ଶ୍ରଦ୍ଧାଂଜଳି ଦେବା ସମୟରେ ଶଶିକଳା ବାରମ୍ବାର ସମାଧିରେ ହାତ ପିଟୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବାଙ୍ଗାଲୁରୁ ଅଭିମୁଖେ ବାହାରିଥିଲେ ଶଶିକଳା । ଆଜି ସଂଧ୍ୟା ସୁଦ୍ଧା ସେ ବାଙ୍ଗାଲୁରୁରେ ପହଂଚି ଆତ୍ମସମର୍ପଣ କରିବେ ବୋଲି ଜଣାପଡିଛି ।

ଆୟ ବର୍ହିଭୂତ ସମ୍ପିତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ  ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ଶଶିକଳା ଆତ୍ମସମର୍ପଣ ନକଲେ ତାଙ୍କୁ ଗିରଫ କରାଯିବ । ତେବେ ଆତ୍ମସମର୍ପଣ ପାଇଁ ଶଶିକଳା ଅଧିକ ସମୟ ମାଗିଥିଲେ ସୁଦ୍ଧା ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ ।