ତାମିଲନାଡୁ ରାଜନୀତିରେ ନୂଆମୋଡ ! ଏଆଇଏଡିମେକେରୁ ବିଦା ହେଲେ ଶଶିକଳା ଓ ଦୀନାକରନ

21

କନକ ବ୍ୟୁରୋ : ତାମିଲନାଡୁ ରାଜନିୀତିରେ ରୋଚକୀୟ ମୋଡ଼ । ଜେଲରେ ବନ୍ଦୀ ଥିବା ଶଶୀକଳାଙ୍କୁ ଜୋରଦାର ଝଟକା । ଏଆଇଏଡିଏମକେରୁ ବହିଷ୍କୃତ ହୋଇଛନ୍ତି ଦଳର ମହାସଚିବ ଶଶୀକଳା । ଆଜି ବସିଥିବା ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଏନେଇ ଘୋଷଣା କରାଯାଇଛି । ଜୟଲଳòତାଙ୍କ ଏକାନ୍ତ ଅନୁଗତ ଥିବା ଶଶିକଳାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ଇ ପାଲାନୀସ୍ୱାମୀ ଓ ପନୀରସେଲଭମଙ୍କ ନେତୃତ୍ୱରେ ହୋଇଛି ଏହି ବୈଠକ । ପୂର୍ବରୁ ଶଶିକଳାଙ୍କ ପୁତୁରା ଟିଟିବି ଦିନାକରଣ ଏହି ବୈଠକ ହେବାକୁ ଦେଉନଥିଲେ । ହେଲେ ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ଦିନାକରଣଙ୍କ ଜାମିନକୁ ଖାରଜ କରିଦେଇଥିଲେ ।