କୃଷି ଋଣ ଛାଡ଼ ନେଇ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା ! କହିଲେ ଋଣ ଛାଡ ପାଇଁ ଚାଲିଛି ବିଚାର ବିମର୍ଷ

394

କନକ ବ୍ୟୁରୋ : କଂଗ୍ରେସ ଶାସିତ ୩ଟି ରାଜ୍ୟରେ କୃଷି ଋଣ ଛାଡ଼ ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଯାଇଛି । ଏବେ ଦେଶରେ କୃଷି ଋଣ ଛାଡ଼ ନେଇ ରାଜନୈତିକ ପ୍ରତିଯୋଗିତା ଚାଲିଛି । ନିର୍ବାଚନ ପୂର୍ବରୁ ଚାଷ ଓ ଚାଷୀ ପ୍ରସଙ୍ଗର ଗୁରୁତ୍ୱକୁ ବଢ଼ାଇ ଦେଇଛି । କୃଷି ଋଣ ଛାଡକୁ ଅସ୍ତ୍ରକରି କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନିର୍ବାଚନୀ ବୈତରଣୀ ପାର ହେବା ପରେ, ଏହି ଋଣ ଛାଡ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି ।

ତେବେ କୃଷି ଋଣ ଛାଡ଼ ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ରାଜ୍ୟ ସରକାର ଏନେଇ ପୂର୍ବରୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । କୃଷିଋଣ ଛାଡ଼ ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି । ଅନୁଧ୍ୟାନ ମଧ୍ୟ ଚାଲିଛି । ତେବେ କୃଷିରୁଣ ଛାଡ ପ୍ରତିଯୋଗିତାରେ ବିଜେଡି ନାହିଁ ବୋଲି ସେ କହିଛନ୍ତି । କୃଷିଋଣ ଛାଡ଼ କରିବା ନେଇ ଦେଶର ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି, ହେଲେ ଏଥିରେ ବିଜେଡି ସାମିଲ ନାହିଁ ବୋଲି ସେ କହିଛନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣନ୍ତୁ ବୋଲି ଦାବି କରିଛନ୍ତି ଅର୍ଥମନ୍ତ୍ରୀ । ଅନେକ ଯୋଜନା ତିଆରି ହେଉଛି କିଛି ଫଳ ମିଳୁନି । ଶିଳ୍ପପତିମାନେ ଅଧିକ ଲାଭବାନ ହେଉଛନ୍ତି ।