ଲାଗୁ ହେବ ଜିଏସଟି, ଓଡ଼ିଶା ନୂଆ ଟିକସ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ! କହିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା

35

କନକ ବ୍ୟୁରୋ : ଆସନ୍ତାକାଲି ବଦଳିଯିବ ଟିକସ ବ୍ୟବସ୍ଥା । ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି । ଓଡ଼ିଶା ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ ପାଇଁ ଯଥେଷ୍ଟ ପ୍ରସ୍ତୁତ ଥିବା କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ୬୧ ପ୍ରତିଶତ ବ୍ୟବସାୟୀ ଜିଏସଟି ପଂଜିକରଣ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ହେଲେ ବ୍ୟବସାୟୀ ଏବେବି ଦ୍ୱନ୍ଦରେ । ଜିଏସଟିକୁ ସ୍ୱାଗତ କରୁଛନ୍ତି ସତ । ହେଲେ କର ବ୍ୟବସ୍ଥାକୁ ନେଇ ସନ୍ଦେହ ଦୂର ହେଉନି ।

ଆଉ ଏହାରି ଭିତରେ ସବୁଠାର ବଡ ପ୍ରଶ୍ନ, ୧ ତାରିଖ ସକାଳେ କିଭଳି ରହିବ ବଜାର ଦର । ଦୋକାନୀ କେତେ ଟଙ୍କାରେ ବିକିବେ ଆଉ ଗ୍ରାହକ କେତେ ଟଙ୍କାରେ କିଣିବେ? ତେବେ ଏନେଇ ଅର୍ଥମନ୍ତ୍ରୀ କନକ ନ୍ୟୁଜ୍ ମାଧ୍ୟମରେ ଲୋକଙ୍କ ସିଧାସଳଖ ପ୍ରଶ୍ନର ଉତ୍ତର ଦେଇଛନ୍ତି । କହିଛନ୍ତି, ବେଆଇନ ଭାବେ କୌଣସି ଜିନିଷ ବିକ୍ରି କଲେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯିବ । ବେଆଇନ ବିକ୍ରି ରୋକିବା ପାଇଁ ଏନଫୋର୍ସମେଂଟ ଦଳ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।