ଗୋଟିଏ ରୁମରେ ଚାଲିଛି ପାଂଚଟି କ୍ଳାସ୍ : ରାଜଧାନୀରେ ଦୟନୀୟ ପ୍ରାଥମିକ ଶିକ୍ଷା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କ ମଡେଲ ସ୍କୁଲ ନିର୍ମାଣ ଏବେ ସାତ ସପନ ପରି । ୩୧୪ ବ୍ଲକ୍ କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଛାତିରେ ଶିକ୍ଷା ବ୍ୟବସ୍ଥା ଦୟନୀୟ । କେଦାରପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ଲାଗିବ, ଯେପରି ଫେଲ୍ ମାରିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ । ଜରାଜୀର୍ଣ୍ଣ ଅବସ୍ଥାରେ ଚାଲୁଥିବା ସ୍କୁଲର ଗୋଟାଏ ଶ୍ରେଣୀ ଗୃହରେ ପାଂଚଟି କ୍ଲାସ ଚାଲୁଥିବା ଦୃଶ୍ୟ କଏଦ ହୋଇଛି କନକ ନ୍ୟୁଜ୍ କ୍ୟାମେରାରେ ।