ପୁଣି ସରଂପଚ ଦେଖାଇଲେ ଜିଲ୍ଲପାଳ କ୍ଷମତା: ନୟାଗଡର କୁରାଳ ପଂଚାୟତକୁ ସଟଡାଉନ ଘୋଷଣା; ସନ୍ଧ୍ୟା ୬ରୁ ୪୮ ଘଂଟିଆ କର୍ଫ୍ୟୁ

ଜାରି ରହିବ ଜରୁରୀ କାଳୀନ ସେବା

265

କନକ ବ୍ୟୁରୋ: ସରପଂଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା । ନୟାଗଡର କୁରାଳ ପଂଚାୟତକୁ ୪୮ ଘଂଟା ପାଇଁ ସଟଡାଉନ୍ ଘୋଷଣା କଲେ ପଂଚାୟତକୁ । ସରପଂଚଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା ବ୍ୟବହାର କରି କୁରାଳ ପଂଚାୟତ ସରପଂଚ ଝିଲି ପ୍ରଧାନ ଏପରି ଘୋଷଣା କରିଛନ୍ତି । ଏହି ସଟଡାଉନ ଆଜି ସଂଧ୍ୟା ୬ଟାରୁ ୪୮ ଘଂଟା ପାଇଁ ଲାଗୁ ହୋଇଛି ।

ବର୍ତମାନ ନୟାଗଡରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ କୁରାଳ ପଂଚାୟତର ବିଭିନ୍ନ ଗାଁକୁ ପଶ୍ଚିମବଙ୍ଗ, ମୁମ୍ୱାଇ, ସୁରଟ , ଦିଲ୍ଲୀ, ହାଇଦ୍ରାବାଦ, ବଂଗାଲୋର, କର୍ଣ୍ଣାଟକ ରୁ ଆସିଛନ୍ତି ପ୍ରବାସୀ ଓଡିଆ । ତେଣୁ କୁରାଳ ପଂଚାୟତର ବଜାର ସହିତ ସମସ୍ତ ଗାଁରେ ଏହି ୪୮ ଘଂଟିଆ ସଟଡାଉନ ୍ ଲାଗୁ ହୋଇଥିବା ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ସରପଂଚ ।