ଖଣ୍ଡପଡାରେ ତୋଲମରା ପଂଚାୟତର ସରପଂଚଙ୍କୁ ହତ୍ୟା । ଅଫିସ କାମ ସାରି ଫେରୁଥିବାବେଳେ ସୁଶାନ୍ତ ବେହେରାଙ୍କୁ ଟାଙ୍ଗିଆରେ ହାରି ହତ୍ୟା କଲେ ଦୁର୍ବୃତ୍ତ

1,315

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ମହାମାରୀ ସହ ସଂଘର୍ଷ କରୁଛି ସରା ଦେଶ । ଅନ୍ୟପଟେ ସରପଂଚମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଭଳି ସ୍ଥିତିରେ ଦୁବୃତଙ୍କ ଟାଙ୍ଗିଆ ଚୋଟରେ ଜଣେ ସଂପଂଚଙ୍କର ଜୀବନ ଯାଉଛି । ଏଭଳି ଏକ ସଂଗୀନ ଘଟଣା ଘଟିଛି ନୟାଗଡ ଜିଲ୍ଲା ଢୋଲମରା ପଂଚାୟତରେ । ଗତ ରାତିରେ ଢୋଲମରା ସଂରପଂଚ ସୁଶାନ୍ତ ବେହେରାଙ୍କୁ ହତ୍ୟା କରିଛି ସେହି ଗାଁର ଦୁବୃତ କୁଳମଣୀ ସ୍ୱାଇଁ । ସୂଚନା ଅନୁଶାରେ ସରପଂଚ ସୁଶାନ୍ତ ବେହେରାଙ୍କ ପଡୋଶୀ କୁଳମଣି ସବୁବେଳେ ନିଜ ସ୍ତ୍ରୀଙ୍କୁ ମାରପିଟ କରନ୍ତି । ୩ ମାସ ତଳେ କୁଳମଣୀଙ୍କ ସ୍ତ୍ରୀ , ସ୍ୱାମୀ କରୁଥିବା ଅତ୍ୟାଚାର ସଂପର୍କରେ ସରପଂଚ ସୁଶାନ୍ତଙ୍କୁ ଅଭିଯୋଗ କରିଥିଲେ । ସୁଶାନ୍ତ କୁଳମଣୀଙ୍କ ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତୀ କରାଇ ସୁସ୍ଥ କରାଇବା ସହ କୁଳମଣୀଙ୍କୁ ଏପରି ନ କରିବା ପାଇଁ ତାଗିଦ କରିଥିଲେ । ଏଥିରେ ଉତକ୍ଷିପ୍ତ କୁଳମଣୀ ସୁଶାନ୍ତଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଖୋଜୁଥିଲେ ।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ସୁଶାନ୍ତ ବ୍ଳକରୁ ଫେରି ନିଜ ଦୁଆରେ ଠିଆ ହୋଇଥିବା ବେଳେ କୁଳମଣୀ ଅତର୍କୀତ ଭାବରେ ତାଙ୍କୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟରେ ସୁଶାନ୍ତ ତଳେ ପଡିଯିବା ପରେ ୩ /୪ ଚୋଟ ପକାଇ କୁଳମଣୀ ସେଠାରୁ ଫେରାର ହୋଇଯାଇଛି । ପରେ ଗ୍ରାମବାସୀଙ୍କ ସହାୟତାରେ ଗୁରୁତର ସୁଶାନ୍ତଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ନୟାଗଡ ମେଡିକାଲରେ ପହଂଚିବା ପରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ କୁଳମଣୀକୁ ଧରିବା ପାଇଁ ତନାଘନା ଜାରିରଖିଛି ।