ବିଶିଷ୍ଟ ସରୋଦ ବାଦକ ଅମଜାଦ ଅଲ୍ଲୀଖାନଙ୍କୁ ଭିସା ଦେଲାନି ବ୍ରିଟେନ୍

30

ଭାରତର ବିଶିଷ୍ଟ ସରୋଦ ବାଦକ ଅମଜାଦ ଅଲ୍ଲୀଖାନଙ୍କ ଭିସା ଆବେଦନକୁ ବ୍ରିଟେନ ଅଗ୍ରାହ୍ୟ କରିଛି । ଅମଜାଦ ଅଲ୍ଲୀଖାନ ଏ ସଂପର୍କରେ ତାଙ୍କୁ ଗଭୀର ଆଘାତ ଲାଗିଛି ବୋଲି ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ମାସରେ ଅମଜାଦଙ୍କ ରୟାଲ ଫେଷ୍ଟିଭାଲରେ ଏକ କାର୍ଯ୍ୟକ୍ରମ ଥିବାରୁ ସେ ବ୍ରିଟେନ ଯିବାପାଇଁ ଭିସା ଆବେଦନ କରିଥିଲେ । ବ୍ରିଟେନ ସରକାର ତାଙ୍କୁ ଭିସା ଦେବାପାଇଁ ମନା କରିଥିବାରୁ ସେ ଟ୍ୱିଟ କରି ତାଙ୍କ ଦୁଃଖ ବ୍ୟକ୍ତ କରିଛନ୍ତି। ତାଙ୍କ ନାମ ପଛରେ ଖାନ୍ ଲାଗିଥିବାରୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡିଛି ବୋଲି ଏହି ବିଶିଷ୍ଟ କଳାକାର କ୍ଷୋଭ ପ୍ରକାଶ କରିଛନ୍ତି ।