ସୁରକ୍ଷା ଲୋଡିଲେ ଶର୍ମିଷ୍ଠା : କହିଲେ, ହତ୍ୟାର ଧମକ୍ ଦେଉଛନ୍ତି ଗୁଣ୍ଡା

18

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କନକ ନ୍ୟୁଜରେ ଅଭିନେତ୍ରୀ ଶର୍ମିଷ୍ଠା ଓ ବିନି ସାମଲଙ୍କ କଥା କଟାକଟି ଏବେ ଥାନାରେ ପହଁଚିଛି । ମହିଳା ଥାନାରେ ଅଭିଯୋଗ କରିି ଅଭିନେତ୍ରୀ ଶର୍ମିଷ୍ଠା କହିଛନ୍ତି, ତାଂକୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି । ଏନେଇ ସୁରକ୍ଷା ଯୋଗାଇଦେବାକୁ ସେ ଥାନାରେ ଆବେଦନ କରିଛନ୍ତି । କନକ ନ୍ୟୁଜ୍ ବିତର୍କରେ ଭାଗନେବା ସମୟରେ ବିନି ସାମଲ ତାଂକ ଚରିତ୍ରକୁ ଆକ୍ଷେପ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ବିତର୍କ ସାରି ଘରକୁ ଫେରୁଥିବାବେଳେ, ବିନିଙ୍କ ସହ ଆସିଥିବା ୨ଜଣ ବ୍ୟକ୍ତି ତାଂକୁ ଧମକ ଦେଇଥିବା ମଧ୍ୟ ସେ ଲିଖିତଭାବେ ଥାନାରେ ଏତଲା ଦେଇଛନ୍ତି । କଂପ୍ରୋମାଇଜ୍ ପାଇଁ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଏତଲା ଦେବାପରଠାରୁ ହିଁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି ।

ଏବେ ଦେଖନ୍ତୁ କନକ ନ୍ୟୁଜ୍ ଷ୍ଟୁଡିଓରେ କାଷ୍ଟିଂ କାଉଚକୁ ନେଇ କେମିତି ମୁହାଁମୁହିଁ ହୋଇଥିଲେ ଶର୍ମିଷ୍ଠା ଓ ବିିନି ସାମଲ ।