“ବିଗ୍ ବି ଜଣେ ବଡ ମିଛୁଆ ମିଣିଷ” ! ରାମଗୋପାଲ ବର୍ମାଙ୍କ ବିବାଦୀୟ ବୟାନ

51

ବଲିଉଡ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନୂଆ ସିନେମା ‘ସରକାର ୩’ ମେ ୧୨ ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ସେ ଦର୍ଶକଙ୍କୁ ମଜାଳିଆ ଅନ୍ଦାଜରେ କିଛି କହିଛନ୍ତି । ରାମୁ ନିଜ ଟ୍ୱିଟର ଆକାଉଂଟରେ ଅମିତାଭ ବଚ୍ଚନଙ୍କ ସହ ନିଜର ୪ଟି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସେ ଅମିତାଭଙ୍କ ସହ ସାକ୍ଷାତକାର ନେବାର ନଜର ଆସୁଛନ୍ତି ।

ଅଭିତାଭଙ୍କ ଏହି ସାକ୍ଷାତକାର ଏକ ଥିଏଟରରେ ନିଆଯାଉଛିି । ଶେୟାର କରିଥିବା ଭିଡିଓରେ ରାମୁ ଅମିତାଭଙ୍କୁ ପଚାରୁଛନ୍ତି ସରକାର କ’ଣ ଭାବନ୍ତି ଆଉ ଏକ ବଚ୍ଚନ ଆସିପାରିବ । ? ଏହାର ଜବାବରେ ଅଭିତାଭ କୁହନ୍ତି- ମୁଁ ଜାଣିନି ଲୋକମାନେ ଏପରି କାହିଁକି ଭାବନ୍ତି । ପୁଣି ରାମୁ ପଚାରନ୍ତି ବଚ୍ଚନ ପ୍ରକୃତରେ କ’ଣ ।

ଦ୍ୱିତୀୟ ଭିଡିଓରେ କଥାବାର୍ତ୍ତା ଟିକେ ଗରମ ହୋଇଯାଏ । ରାମୁ କୁହନ୍ତି ଏବେ କଥାବାର୍ତ୍ତା ହେଉଛି ବଚ୍ଚନ ଆଉ ବୈଧ ନୁହଁନ୍ତି । ଏହି ପ୍ରଶ୍ନର ଉତ୍ତରରେ ଅମିତାଭ କୁଅହନ୍ତି ମୁଁ କାହାର ବ୍ୟକ୍ତିଗତ ବିଚାର ଉପରେ ତର୍କ କରିବା ପାଇଁ ଚାହେଁନାହିଁ । ଏହାପରେ ରାମୁ କୁହନ୍ତି ମୁଁ ଆପଣଙ୍କୁ ପ୍ରଶ୍ନ କରୁନି ଆପଣଙ୍କୁ ମୋ କଥା ଜଣାଉଛି । ମୁଁ ଆପଙ୍କ ନମ୍ରତାରେ ବୋର ହୋଇ ସାରିଛି ।

ଏହାପରେ ରାମୁ କୁହନ୍ତି ଅଭିଷେକଙ୍କୁ ଲାଗୁଛି ଅମିତାଭ ‘ସରକାର’ ସିନମା ଅପେକ୍ଷା ‘ସରକାର ୩’ ରେ ଅଧିକ ଯୁବକ ଲାଗୁଛନ୍ତି । ଯାହା ଉପରେ ଅଭିତାଭ କୁହନ୍ତି ଏମିତି ଏପରି କାରଣ ସେ ମୋ ପୁଅ । କିନ୍ତୁ ନିଜର ୪ର୍ଥ ଭିଡିଓରେ ରାମୁ କହନ୍ତି ସବୁଠାରୁ ବଡ ମିଛୁଆ ମଣିଷର ପୁରଷ୍କାର ଅମିତାଭ ବଚ୍ଚନଙ୍କୁ ଦିଆଯାଉଛି । ଏହି ପୁରା ସାକ୍ଷାତକାର ୮ ମେ ରେ ଆସିବ । ରାମୁ ଟ୍ୱିଟରରେ ଏହାର ପ୍ରମୋ ଶେୟାର କରି କହିଛନ୍ତି ପ୍ରଥମ ଥର ପାଇଁ ମୁଁ ପତ୍ରକାର ହେଲି ଓ ପ୍ରଥମ ଥର ପାଁଇ କୌଣସି ସିନେ ର୍ନିେର୍ଦ୍ଦଶକ ବଚ୍ଚନଙ୍କ ସାକ୍ଷାତକାର ନେଇଛନ୍ତି ।

                                                          ସୌଜନ୍ୟ-ପତ୍ରିକା.କମ