ପୁରୀ : ସମୁଦ୍ର ଉପକୂଳରୁ ସାର୍କର ମୃତ ଦେହ ଉଦ୍ଧାର

53

କନକ ବ୍ୟୁରୋ : ପୁରୀ ସମୁଦ୍ର ଉପକୂଳରେ ସାର୍କର ମୃତଦେହ ଉଦ୍ଧାର । ସମୁଦ୍ର କୂଳ ଲାଇଟ ହାଉସ ନିକଟରେ ୧୫ଫୁଟ ଲମ୍ବର ଏକ ସାର୍କ ମରି ପଡିଥିବାର ଦେଖିବାକୁ ମିଳିଛି । ବଳିଆପଣ୍ଡା ଥାନା ପୁଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସାର୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ମୃତ ସାର୍କକୁ ଦେଖିବା ପାଇଁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଛି । ସେପଟେ ମୃତ ସାର୍କକୁ ପୋଷ୍ଟ ମର୍ଡମ କରିବା ପରେ ବନ ବିଭାଗ ପୋତି ଦେଇଛି । ସପ୍ତାହ ପରେ ଏହା ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।