ଅନୁମତି ଦେଲେ ସୁପ୍ରିମକୋର୍ଟ, ନିଷିଦ୍ଧ ଔଷଧ ତାଲିକାରୁ ବାଦ୍ ପଡ଼ିଲା ସାରିଡନ୍

60

କନକ ବ୍ୟୁରୋ : ସରକାରଙ୍କ ପକ୍ଷରୁ ଗତବର୍ଷ ନିଷିଦ୍ଧ କରାଯାଇଥିବା ଶତାଧିକ ଫିକ୍ସଡ ଡୋଜ୍ କମ୍ବିନେସନ (ଏଫଡିସି)ର ଔଷଧ ତାଲିକାରୁ ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନ ସୁପ୍ରିମ କୋର୍ଟ ବାଦ୍ ଦେଇଛନ୍ତି । ଗତବର୍ଷ ସେପ୍ଟେମ୍ବରରେ ସରକାର ପ୍ରଥମେ ଏହା ଉପରେ ନିଷେଧାଦେଶ ଜାରି କରିବା ପରେ ସୁପ୍ରିମକୋର୍ଟରୁ କମ୍ପାନି ରହିତାଦେଶ ଆଣିଥିଲା । ଫଳରେ ପିରାମଲ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏହି ଔଷଧର ପ୍ରସ୍ତୁତି ଓ ବିକ୍ରି ଜାରି ରଖିବାକୁ ଅନୁମତି ପାଇଥିଲା । ଏବେ ଏହି ଔଷଧକୁ ନିଷିଦ୍ଧ ତାଲିକାରୁ ସୁପ୍ରିମ କୋର୍ଟ ବାଦ୍ ଦେଇଛନ୍ତି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ ୫୦ ବର୍ଷରେ ସାରିଡନ୍ ଔଷଧ ପୁରୁଣା ତଥା ଭରସା କରିପାରୁଥିବା ବ୍ରାଣ୍ଡ ଓ କମ୍ପାନୀ ଅଟେ  । ସାରିଡ଼ନ୍ ଦେଶରେ ପାଖାପାଖି ୬ ଲକ୍ଷ ଆୁଟଲେଟରେ ବ୍ରିକ୍ରି ହୁଏ  । ସର୍ଭେ ଅନୁସାରେ ଭାରତରେ ପ୍ରତି ସେକେଣ୍ଡରେ ୩୧ ସାରିଡନ୍ ବିକ୍ରି ହୁଏ ।