ଏକ କୂଳବିହୀନ ସମୂଦ୍ର ! ଏବେ ବି ରହସ୍ୟ ଘେରରେ

69

ସମୂଦ୍ର କୂଳରେ ଛୁଟି ବିତାଇବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ଲୋକମାନେ ଗୋଆ ଯିବା ପାଇଁ ଚାହାନ୍ତି ଓ ସମୂଦ୍ର କୂଳରେ ହିଁ ଛୁଟି ବିତାଇବା ପାଇଁ ଚାହାନ୍ତି । ଯେକୌଣସି ନଦୀ ହେଉ କି ସମୂଦ୍ର ସମସ୍ତଙ୍କର କେଉଁଠି ନା କେଉଁଠି କୂଳ ଥାଏ ବୋଲି ଯଦି ଆପଣ ଭାବୁଛନ୍ତି, ତେବେ ଏହା ଆପଣଙ୍କର ଭ୍ରମଧାରଣା । ଏମିତି ଏକ ସମୂଦ୍ର ଅଛି ଯାହାର କୌଣସି କୂଳ ନାହିଁ । ବିଶ୍ୱାସ ହେଉନି ନା କିନ୍ତୁ ଏକଥା ସତ ।

ଏମିତି ଏ ସମୂଦ୍ର ହେଲା ‘ସାରାଗାସୋ’ ସମୂଦ୍ର । ଏହି ସମୂଦ୍ର ଆଟଲାଣ୍ଟିକ ସାଗରର ପୂର୍ବରେ ଅବସ୍ଥିତ । ଏହାର ପାଖାପାଖି ମାଇଲ ମାଇଲ ଦୂର ଆପଣ କୌଣସି କୂଳକିନାରା ଦେଖିପାରିବେ ନାହିଁ । ଯଦି ଏବେ ବି ଆପଣଙ୍କୁ ଏହା ବିଚିତ୍ର ଲାଗୁଛି ଓ ଆପଣ ସେଠାକୁ ଯିବାପାଇଁ ଚାହୁଁଛନ୍ତି ତେବେ ଆମେ ଆପଙ୍କୁ ଜଣାଇବୁ କି ଏହା ବରମୂଡା ତ୍ରିକୋଣଭୂମିରୁ ବେଶୀ ଦୂର ନୁହଁ ।ଏଥିପାଇଁ ସେଠାକୁ ଯିବା ପାଇଁ ଚିନ୍ତା କରନ୍ତୁ ନାହିଁ ।

ଏହି ସମୂଦ୍ରରର ନାମ ଏକ ସାମୂଦ୍ରିକ ଘାସ ‘ସାରଗାସମ’ ଅନୁସାରେ ନାମିତ ହୋଇଛି । ଏହି ସମୂଦ୍ରରେ ବହୁତ ମାତ୍ରାରେ ସାରଗାମସ ଘାସ ଦେଖିପାରିବେ । ସବୁଠାରୁୁ ମଜାଦାର କଥା ହେଲା ଏହା ପାଖରେ କୌଣସି ଜମି କି କୂଳ ନଥିବାରୁ ସମୂଦ୍ର ପବନ ଅନୁସାରେ ଏହାର ସ୍ଥିତି ବଦଳାଏ । ସବୁଠାର ଆଶ୍ଚର୍ଯ୍ୟକର କଥା ହେଲା ଆଟଲାଣ୍ଟିକରେ ଭୀଷଣ ଥଣ୍ଡା ହେବ ସତ୍ୱେ ଏହି ସମୂଦ୍ରର ପାଣି ସବୁବେଳେ ଗରମ ରୁହେ ।

                                              ସୌଜନ୍ୟ – ଅମର ଉଜାଲା