ଫେଲମାରିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଯୋଜନା : ଇନ୍ଦିରାଆବାସ ଘରେ ଚାଲିଛି ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା !

53

କନକ ବ୍ୟୁରୋ : ରାଜ୍ୟ ସରକାର ପିଲାମାନେ କିପରି ଭାବରେ ଭଲ ପଢିବେ ସେନେଇ ଅନେକ ଯୋଜନା କରୁଛନ୍ତି । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚମଧ୍ୟ କରୁଛନ୍ତି । ତେବେ ଅନେକ ସମୟରେ ଅଭିଯୋଗ ଆସିଛି ଯେ, ଏହି ଯୋଜନା ଅନେକ ସ୍ଥାନରେ ଫଳପ୍ରଦ ହୋଇ ପାରୁନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଭିଏଁ ପଢିନ୍ତୁ ସଭିଏଁ ବଢନ୍ତୁ ପାଇଁ ସ୍କୁଲ ମାନଙ୍କର ଭିତ୍ତିିଭୁମି ସକାଶେ କୋଟିକୋଟି ଟଙ୍କାର ଅନୁଦାନ ଦେଉଛନ୍ତି । ତେବେ କେସିଙ୍ଗା ବ୍ଲକ ଲଟକାବାହାଲି ଗ୍ରାମରେ ବିଭାଗୀୟ ଉଦାସିନତା ମନବୃତ୍ତି ଯୋଗୁଁ ଗତ ତିନି ବର୍ଷ ହେଲା ବିପଦ ସଂଙ୍କୁଳ ଏକ ଇନ୍ଦିରାଆବାସ ଘରେ ପାଠପଢା ଚାଲୁଥିବା ବେଳେ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଲରେ ଜଣଙ୍କ ଅଧା ନିର୍ମିତ ଘରେ ବିଦ୍ୟାଳୟ ଚାଲୁଛି । ୨୦୧୫ ମସିହାରୁ ସରକାର ପୂର୍ବରୁ ଚାଲୁଥିବା ସ୍କୁଲ ଘରକୁ ବିପଦ ସଂଙ୍କୁଳ ଘୋଷଣା କରି ପାଠପଢା ବନ୍ଦ କରିଦେଲେ । ତେବେ ପିଲାମାନେ ପାଠପଢିବେ କେଉଁଠି ତାହାର କୈାଣସି ବ୍ୟବସ୍ଥା କଲେ ନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପାଠପଢିବା ଲାଗି ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଖରେ ଅନ୍ୟ କୈାଣସି ବିଦ୍ୟାଳୟ ନାହିଁ ।

ଯେଉଁ ବିଦ୍ୟାଳୟ ଅଛି ତାହା ଗ୍ରାମଠାରୁ ୪ କିଲୋମିଟର ଦୂରରେ ଅବସ୍ଥିତ । ବଡବଡ ପିଲାମାନେ ଅନ୍ୟ ଗ୍ରାମରେ ଥିବା ବିଦ୍ୟାଳୟକୁ ପାଠପଢିବା ପାଇଁ ଗଲେ । କିନ୍ତୁ ଗ୍ରାମରେ ଥିବା ପ୍ରଥମ ଶ୍ରେଣୀରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୧୬୦ରୁ ଅଧିକ ପିଲାମାନେ ପାଠପଢିବାର ଅସୁବିଧା ହେବାରୁ ଗ୍ରାମରେ ଥିବା ଏକ ଇନ୍ଦିରା ଆବାସ ଘରେ ପାଠ ପଢାହେଲା । ତେବେ ସେହି ଘରର ମାଲିକ ଘର ଛାଡିବା ପାଇଁ କହିବାରୁ ସେଠିବି ପାଠପଢା ବ୍ୟାଘତ ହେଲା । ତେବେ ବର୍ତ୍ତମାନ ସମୟରେ ଯେଉଁ ଘରେ ପାଠପଢା ଚାଲୁଛି ସେହି ଘରର ମାଲିକ ଆସନ୍ତା ସେପ୍ଟେମ୍ବର ମାସରେ ଗୃହ ପ୍ରବେଶ କରିବେ ବୋଲି ଜଣାପଡିବା ପରେ ଏବେ ତିନ୍ତାରେ ଅଭିଭାବକ । ସରକାର ପିଲାମାନଙ୍କ ପାଇଂ ଅନେକ ଯୋଜନା କରିଛନ୍ତି କହ ରାଡ୍ୟସାରା ଦିଣ୍ଡିମ ପିଟୁଛନ୍ତି । କିନ୍ତୁ ପ୍ରକୃତରେ ଯେ, ପିଲାମାନେ କେତେ କଷ୍ଟରେ ପାଠପଢୁଛନ୍ତି ତାହାର କଥା ସରକାରଙ୍କର ଦୃଷ୍ଟିଗୋଚର ହେଉନାହିଁ । ତେବେ ଏନେଇ କଳାହାଣ୍ଡିର ଜିଲ୍ଲାପାଳ ଆଞ୍ଜନ କୁମାର ମାଣିକ କହିଛନ୍ତି , ଏହା ନିହାତି ଭାବରେ ଏକ ସମ୍ବେଦେନଶୀଳ ପ୍ରସଙ୍ଗ । ବିଦ୍ୟାଳୟ ନିର୍ମାଣ କରିବା ପାଇଁ ବିଲ ଅନୁମୋଦିତ ହୋଇ ସାରିଛି । କାହିଁକି ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନାହିଁ ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।