ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା । ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପରେ ପୋଲିସର ଚଢାଉ

ଲୋକଙ୍କ ଅଭିଯୋଗ ଦୀର୍ଘ ଦିନ ଧରି ଏକାଠି ହେଉଥିଲେ ସାରଥୀ ଭକ୍ତ, କରୁଥିଲେ ପୂଜାର୍ଚ୍ଚନା

574

କନକ ବ୍ୟୁରୋ: ସାରଥି ବାବାଙ୍କୁ ପୂଜାର୍ଚ୍ଚନା । ଏତେ ସବୁ ଘଟିବା ପରେ ବି କିଛି ଲୋକ ସାରଥିଙ୍କୁ ଭଗବାନ ସଜାଇ ପୂଜୁଛନ୍ତି । ଏପରି ଦେଖିବାକୁ ମିଳିଛି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ । ପ୍ରଶାନ୍ତ ବାରିକ ନାମକ ଜଣେ ବ୍ୟକ୍ତି ନିଜ ଘରେ ସାରଥିଙ୍କ ଫଟୋ ରଖି ଅନ୍ୟ କିଛି ଭକ୍ତଙ୍କ ସହ ମିଶି ପୂଜାର୍ଚ୍ଚନା କରୁଥିଲେ । କୌଣସି ସୂତ୍ରରୁ ଏହି ଖବର ପାଇଥିଲା ଟାଉନ ଥାନା ପୋଲିସ ।

ଘର ଉପରେ ପୋଲିସ ଚଢ଼ାଉ କରିବା ପରେ ସାମନାକୁ ଆସିଛି ଏହି ଘଟଣା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ଦିନ ଧରି ଏଠାରେ ସାରଥିଙ୍କ ପୂଜାର୍ଚ୍ଚନା ଚାଲିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ହାଇକୋର୍ଟଙ୍କ ସର୍ତମୂଳକ ଜାମିନ ପରେ ପ୍ରାୟ ୪ ବର୍ଷ ପରେ ସାରଥି ଜେଲରେ ମୁକୁଳିଥିଲେ । ଧର୍ମ ପ୍ରଚାର ଓ ପ୍ରବଚନ ଦେବା ଉପରେ ହାଇକୋର୍ଟଙ୍କ କଟକଣା ରହିଛି ।