ପ୍ରବର୍ତନ ନିର୍ଦେଶାଳୟରେ ଦୁଇଭଣ୍ଡ ବାବା ସାରଥୀ ଓ ସୁରଙ୍କ ସହଯୋଗୀ ହାଜର

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରବର୍ତନ ନିର୍ଦେଶାଳୟରେ ହାଜର ହେଲେ ୨ ଭଣ୍ଡ ବାବାଙ୍କ ସହଯୋଗୀ । ଇଡିରେ ହାଜର ହୋଇଛନ୍ତି ଭକ୍ତଙ୍କ ଭାବାବେଗ ସହ ଖେଳିଥିବା କେଳେଙ୍କାରୀ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ସହଯୋଗୀ । ସାରଥୀ ସାମାଜ୍ର୍ୟର ଅର୍ଥ କାରବାର ନେଇ ଶିଶିର ଖଟୁଆଙ୍କୁ ଇଡି ଜେରା କରୁଥିବା ଜଣାପଡିଛି । ସେହିଭଳି ତ୍ରାହି ଅଚ୍ୟୁତ ଆଶ୍ରମର କଳଙ୍କିତ ବାବା ସୁର ବାବାଙ୍କ ଆକାଉଂଟାଂଟକୁ ଜେରା କରାଯାଉଛି । ସୁର ମିଶ୍ରଙ୍କ ଆକାଉଂଟାଂଟ ମନୋରଂଜନ ଆଚାର୍ଯ୍ୟଙ୍କୁ ପଚରାଉଚରା ଜାରି ରହିଛି । ସୁର ଆଶ୍ରମକୁ କେଉଁଠି କେତେ ଟଙ୍କା ଆସୁଥିଲା ଏବଂ ତାକୁ କେଉଁଠି ବିନିଯୋଗ କରାଯାଉଥିବା ତାର ଖୋଳତାଡ କରୁଛି ପ୍ରବର୍ତନ ନିର୍ଦେଶାଳୟ । ଦଶନ୍ଧି ଦଶନ୍ଧି ଧରି କୁହୁକ ପୋଥିର କିମିଆରେ ଝିଇଁଟି ତ୍ରାହି ଅଚ୍ୟୁତ ଆଶ୍ରମରେ ଲୋକଙ୍କୁ ଲୁଟି କରି ଚାଲିଥିଲେ ସୁରେନ୍ଦ୍ର ମିଶ୍ର । କିଛି ଦିନ ପୂର୍ବରୁ ତ୍ରାହି  ଅଚ୍ୟୁତ ଆଶ୍ରମକୁ ମାଟିରେ ମିଶାଇଛି ପ୍ରଶାସନ ।