ଜେଲ ଭିତରେ ସାରଥୀ କରୁଥିଲେ କଣ? ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଦୈନନ୍ଦିନ ଜୀବନର ଗୁମର, କହିଲେ, ଧ୍ୟାନ କରିବା ଜାଣିନାହାନ୍ତି ସନ୍ତୋଷ ରାଉଳ?

2,235

କନକ ବ୍ୟୁରୋ : ଜେଲରୁ ବାହାରିଲେ ଜୁହାର ହେଲେ । ଜେଲରୁ ବାହାରିବା ବେଳେ ବାବା ସାରଥୀ ଜୁହାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବୋଧହୁଏ ଭବିଷ୍ୟତରେ ଯେପରି ଆଉ ଜେଲର ମାଟି ନ ମାଡିବେ ସେଥିପାଇଁ ମୁକୁଳିବା ସମୟରେ ଜୁହାର ହୋଇଥିଲେ ନିଜକୁ ଆତ୍ମଘୋଷିତ ଭଗବାନ ସଜାଇଥିବା ବାବା ସାରଥୀ । ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକଳିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଆଉ ଜେଲରୁ ସଜ ହୋଇ ସାରଥୀ ବାହାରିଥିବାର ଦେଖିବାକୁ ମିଳିଛି । ମଥାରେ ଚିତା ଚଇତନ ଓ ବେକରେ ଧୋବ ଫରଫର ଗାମୁଛାରେ ନଜର ଆସିଛନ୍ତି ସାରଥୀ ।

ତେବେ ଜେଲର ଥିବା ସମୟରେ ମଧ୍ୟ ସାରଥୀ ଯାଦୁ କରୁଥିବାର ଖବର ଏବେ ସାମ୍ନାକୁ ଆସିଛି । ଜେଲ କର୍ମଚାରୀଙ୍କ କହିବା ଅନୁଯାୟୀ, ଜେଲରେ ଯାଦୁ ଦେଖାଉଥିଲେ ସାରଥୀ । ତାଙ୍କର କଣ୍ଠ ଭଲ, ସେ ଭାଗବତ ପଢିବା ସହ ଦିନ ଆରମ୍ଭ କରିଥାନ୍ତି । ଏପରିକି ପ୍ରତିଦିନ ସାରଥୀ ଧ୍ୟାନରେ ବସୁଥିଲେ ସତ କିନ୍ତୁ ସେ ଧ୍ୟାନ୍ କେମିତି କରନ୍ତି ତାହା ଆଦୌ ଜାଣନ୍ତି ନାହିଁ । କେବଳ ଲୋକ ଦେଖାଣିଆ ସାରଥୀ ଧ୍ୟାନରେ ବସିଥାନ୍ତି ।

ଏହାଛଡା ଜେଲରେ ନିଜର ଅଲୌକିକତା ବିଷୟରେ ଜଣାଇବାକୁ ଯାଇ ସାରଥୀ ଯାଦୁ ମଧ୍ୟ ଦେଖାଇଛନ୍ତି । ଜେଲ କର୍ମଚାରୀଙ୍କୁ ଯାଦୁ କରି ଅନେକଥର ମିଠା ଖୁଆଇଛନ୍ତି କିନ୍ତୁ କେବେ ଆକାଶରୁ ବିଭୂତି ବାହାର କରିପାରିନାହାନ୍ତି । ସାରଥୀ ନିଜକୁ ଆଧ୍ୟାତ୍ମିକ ଲୋକ କହୁଥିଲେ ମଧ୍ୟ ‘ଆଜ୍ଞା’ର ମାନେ ଜାଣିନଥିବା କହିଛନ୍ତି ଜେଲ କର୍ମଚାରୀ ।