ଇଡିରେ ହାଜର ହେଲେ ସାରଥୀଙ୍କ ସହଯୋଗୀ ପ୍ରଦୀପ ସାହୁ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଡିରେ ହାଜର ହେଲେ ସାରଥୀଙ୍କ ସହଯୋଗୀ ପ୍ରଦୀପ ସାହୁ । ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ଆର୍ଥିକ କାରବାର ବୁଝୁଥିବା ପ୍ରଦୀପଙ୍କୁ ପଚରାଉଚରା କରୁଛି ପ୍ରବର୍ତନ ନିର୍ଦେଶାଳୟ । ସାରଥୀଙ୍କ ପାାଳିତ ପୁଅ ସତ୍ୟମ୍ ରାଉଳ ନାଁରେ ଥିବା ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ଆର୍ଥିକ କାରବାରର ତନାଘନା କରି ଜଣକ ପରେ ଜଣଙ୍କୁ ଜେରା କରୁଛି ଇଡି । ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟକୁ କେଉଁଠୁ ଟଙ୍କା ଆସୁଥିଲା ଓ ଏସବୁ ଟଙ୍କା କେଉଁଠି ବିନିଯୋଗ ହେଉଥିଲା ସେ ବାବଦରେ ପ୍ରଦୀପଙ୍କୁ ପଚରାଉଚରା ଜାରି ରହିଛି । ପ୍ରଦୀପ ଏହି ଟ୍ରଷ୍ଟର ଆର୍ଥିକ କାରବାର ବୁଝୁଥିଲେ । ତେବେ ଗତକାଲି ଏହି ଟ୍ରଷ୍ଟର ମାଲିକ ତଥା ସାରଥୀଙ୍କର ପାଳିତ ପୁଅ ସତ୍ୟମ୍ କୁ ଜେରା କରିଥିଲା ଇଡି । ଆର୍ଥିକ କାରବାର ଜେରା ପ୍ରକ୍ରିୟା ସାରଥୀଙ୍କ ଭାଇ ଦେବେନ୍ଦ୍ର ରାଉଳଙ୍କ ଠାରୁ ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ ।