କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହେଲେ ସାରଥୀ ବାବା

64

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ପରେ ପୁଣି ଚୌଦ୍ୱାର ଜେଲ ଗଲେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ବିବାଦୀୟ ଯୁବତୀ ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିଆଇଡି କେସ ନମ୍ବର ୧୨ରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ପୁଣିଥରେ ଆସନ୍ତା ୨୫ ତାରିଖରେ ହାଜର ହେବାଲାଗି କୋର୍ଟ ନିର୍ଦେଶ ଦେଇଛନ୍ତି । ତେବେ ସାରଥୀ ନିଜେ କୋର୍ଟ ନଆସି ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ ବୋଲି ତାଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି ।