ସୁପ୍ରିମକୋର୍ଟରେ ସାରଥୀଙ୍କ ଜାମିନ ଆବେଦନ ମାମଲା : କପି ଦାଖଲ ପରେ ହେବ ପରବର୍ତୀ ଶୁଣାଣି

28

କନକ ବ୍ୟୁରୋ : ସୁପ୍ରିମ କୋର୍ଟରେ ସାରଥୀଙ୍କ ଜାମିନ ଆବେଦନ ମାମଲାରେ  ୪ ସପ୍ତାହରେ ମଧ୍ୟରେ ଚାର୍ଜସିଟ୍ କପି ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାର୍ଜସିଟ୍ କପି ପାଇବା ପରେ ଏହି ମାମଲାର ଚୂଡାନ୍ତ ଶୁଣାଣି ହେବ ।

ମହିଳାଙ୍କୁ ନିର୍ଯାତନା, ଭକ୍ତଙ୍କ ଭାବବେଗ ସହ ଖେଳିବା, ଠକେଇ ଏବଂ ଅର୍ଥ ତୋଷରପାତ ନେଇ ୨୦୧୫ ଅଗଷ୍ଟ ମାସରେ ତାଙ୍କୁ ଗିରଫ କରାଯାଇଥିଲା । ସେହି ଦିନଠାରୁ ସେ ବିଚାରଧିନ କଏଦୀ ଭାବେ ଜେଲରେ ଅଛନ୍ତି । ବାରମ୍ବାର ସାରଥିଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହା ପରେ ଜାମିନ ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାରଥି ।