ସାରଥୀଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଜାମିନ ! ଅନ୍ୟ ୨ ମାମଲା ଚାଲିଥିବାରୁ ଏବେ ବି ରହିବେ ଜେଲରେ

107

କନକ ବ୍ୟୁରୋ : ବିବାଦୀୟ ବାବା ସାରଥିଙ୍କୁ ମିଳିଲା ଜାମିନ । ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ଏସସବି ମେଡିକାଲ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ଜେଲରେ ଅଛନ୍ତି ସାରଥି । ଏହି ମାମଲାରେ ଜାମିନ ମିଳିଥିବାବେଳେ ଅନ୍ୟ ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିନି । ତେଣୁ ତାଙ୍କୁ ଏହି ମାମଲାରେ ଜାମିନ ମିଳିଥିଲେ ବି ସେ ଏବେ ଜେଲରୁ ମୁକୁଳିପାରିବେ ନାହିଁ । ପୂର୍ବରୁ ତାଙ୍କ ଜାମିନ ଆବେଦନକୁ ହାଇକୋର୍ଟ ବାରମ୍ବାର ଖାରଜ କରିଥିଲେ । ଏସସିବି ନର୍ସିଂ ଛାତ୍ରୀଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ୨୦୧୫ ଅଗଷ୍ଟ ୮ତାରିଖରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚ ।

ସାରଥୀଙ୍କ ବିରୋଧରେ ଦଫା ୧୨୦ ବି ଅପରାଧୀକ ଷଡଯନ୍ତ୍ର, ଠକେଇ ପାଇଁ ୪୨୦ ଦଫା, ବିଭିନ୍ନ ପ୍ରସଙ୍ଗରେ ଜାଲିଆତି ଲାଗି ୪୬୭, ୪୬୮ ଓ ୪୭୧ ଦଫା ଲଗାଇଛି କ୍ରାଇମବ୍ରାଂଚ । ଜୋର ଜବରଦସ୍ତି ବେଆଇନ୍ ଭାବେ କୌଣସି ବ୍ୟକ୍ତିଙ୍କ ଅଟକ ପାଇଁ ୩୪୧ ଦଫା , ଅପରାଧିକ ଉଦ୍ଦେଶ୍ୟରେ ଧମକ ଦେବା ୫୦୬ ଦଫା ଲାଗିଥିବା ବେଳେ ମୋବାଇଲ ଛଡାଇ ରଖିବା ଅଭିଯୋଗରେ ୩୭୯ ଦଫା ରହିଛି ସାରଥିଙ୍କ ବିରୋଧରେ । ତାଙ୍କ ଆଶ୍ରମରୁ ଖଣ୍ଡା ମିଳିବା ଅଭିଯୋଗରେ ୨୫ ଆର୍ମସ୍ ଆକ୍ଟରେ ଦଫା ଲାଗିଛି । ଏବଂ ଏହି ଅସ୍ତ୍ର କାରବାର ଅଭିଯୋଗରେ ସେକ୍ସନ ୭ ବଳରେ ବି ସାରଥୀଙ୍କ ବିରୋଧରେ ଦଫା ଲାଗିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –