ପଂଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ମୁଖପାତ୍ର ଶରତ ରାଉତ

21

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ଶରତ ରାଉତ । ସେ କହିଛନ୍ତି ଦୁର୍ବଳ ନତେୃତ୍ୱ ଓ ସଂଗଠନର ଏହା ପ୍ରତିଫଳନ । ଦଳର ବିପର୍ଯ୍ୟୟ ପାଇଁ କେଗ୍ରେସ ନେତାଙ୍କଠୁ ଆରମ୍ଭ କରି କର୍ମୀ ଯାଏଁ ସମସ୍ତେ ଦାୟୀ । ଏହାର ସମୀକ୍ଷା ପାଇଁ ବେଳ ଆସିଛି ବୋଲି ଶରତ ରାଉତ କହିଛନ୍ତି । ସେପଟେ ଉଭୟ ବିଜେଡି ଓ ବିଜେପି ବ୍ୟାପକ ଟଙ୍କା ଖର୍ଚ୍ଚ କରିଥିବା ସେ ଅଭିଯୋଗ କରିବା ସହ କଂଗ୍ରେସ ଏହାର ମୁକାବିଲା କରିପାରିଲା ନାହିଁ ବୋଲି କହିଛନ୍ତି ।