ଇଡିରେ ହାଜର ହେଲେ ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ର : ଖୋଲିବେ ସାରଥୀଙ୍କ ଗୁମର

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ର । ସାରଥୀ ସାମ୍ରାଜ୍ୟର ଆର୍ଥିକ କାରବାରର ମୁଖ୍ୟ କାର୍ପରଦାର ଥିଲେ ଶରତ ପାତ୍ର । ସତ୍ୟମ ଚାରିଟେବୁଲ ଟ୍ରଷ୍ଟକୁ ବିପୁଳ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଆଉ ଏସବୁର ଖର୍ଚ କିଭଳି ହେଉଥିଲା । ଏସବୁର ଖୋଳତାଡ ପାଇଁ ଶରତଙ୍କୁ ପଚରାଉଚରା କରୁଛି ପ୍ରବର୍ତନ ନିର୍ଦେଶାଳୟ । ତେବେ ଇଡିରେ ହାଜର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶରତ । କହିଛନ୍ତି ସାରଥୀଙ୍କର ସବୁ ଗୁମର ପଦାରେ ପକାଇବି । ଏହାସହ ଇଡିକୁ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଛନ୍ତି ।