ନୂତନ ଛାୟାପଥ ‘ସରସ୍ୱତୀ’ ଠାବ

102

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭାରତୀୟ ବୈଜ୍ଞାନିକ ଦଳ ଛାୟାପଥର ଏକ ବୃହତ୍ ସମୂହକୁ ଠାବ କରିଛନ୍ତି । ଏହି ବିଶାଳ ଛାୟାପଥ ସମୂହକୁ ବୈଜ୍ଞାନିକମାନେ ‘ସରସ୍ୱତୀ’ ନାମ ଦେଇଛନ୍ତି । ଏହାକୁ ସୁପରକ୍ଲଷ୍ଟର ମଧ୍ୟ କୁହାଯାଉଛି । ପୃଥିବୀଠାରୁ ଏହା ୪ ଶହ କୋଟି ଆଲୋକବର୍ଷ ଦୂରରେ ରହିଛି ଏବଂ ଏହାର ଆକାର ୨ ଶହ ବିଲିୟନ ସୂର୍ଯ୍ୟର ଆକାର ସହିତ ସମାନ ।

ଏହି ଛାୟାପଥ ପ୍ରାୟ ୧୦୦୦ କୋଟି ବର୍ଷ ପୁରୁଣା ଏବଂ ଏହା ବିଶ୍ୱର ସବୁଠାରୁ ବଡ଼ ଛାୟାପଥ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଗୋଟିଏ କ୍ଲଷ୍ଟରରେ ୧୦୦୦ରୁ ୧୦ ହଜାର ପର୍ଯ୍ୟନ୍ତ ଛାୟାପଥ ରହିଥାଏ । ଗୋଟିଏ ସୁପରକ୍ଲଷ୍ଟରରେ ୪୦ରୁ ୪୩ଟି କ୍ଲଷ୍ଟର ସାମିଲ ଥାଏ । ଏଭଳି ବିଶାଳ ଛାୟାପଥ ଠାବ ହେବା ପ୍ରଥମ ବୋଲି ପୁନେ ସ୍ଥିତି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ ସଂସ୍ଥାର ବୈଜ୍ଞାନିକମାନେ କହିଛନ୍ତି ।