ସରପଞ୍ଚଙ୍କ ଦାଦାଗିରି ! ବାଗଲପୁର ଧାନମଣ୍ଡିରେ ବୃଦ୍ଧଙ୍କୁ ତଳେ ପକାଇ ମାଡ ମାରିଲେ ସୁଲୁ ସ୍ୱାଇଁ

315

କନକ ବ୍ୟୁରୋ : ବୟସ୍କ ବ୍ୟକ୍ତିଙ୍କୁ ଧକ୍କାମାରି ପକାଇ ଦେବା ପରେ ଗୋଇଠା ବିଧା ଲାଦି ଦେଇ ଗଲେ ସରପଂଚ ବାବୁ । ଏମିତି ଏକ ଅମାନବୀୟ ଘଟଣା ଗତ ୨ ତାରିଖ ଦିନ ଗଂଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗାଁରେ । ଗାଁରେ ଖୋଲିଥିବା ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଆସିଥିଲେ । ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଥିବା ବେଳେ ସ୍ଥାନୀୟ ସରପଂଚ ସୁଲୁ ସ୍ୱାଇଁ ମଣ୍ଡିରେ ପହଂଚି ତାଙ୍କ ଧାନ ବିକ୍ରି ପାଇଁ ଅଡି ବସିଥିଲେ । ଏହି ସମୟରେ ସମବାୟ ସମିତିର କିଛି ଅଧିକାରୀ ଓ ସରପଂଚଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।

ଏଥିରେ ସରପଂଚ ଉତ୍ୟକ୍ତ ହୋଇ ଜଣେ ବୟସ୍କ ବ୍ୟକ୍ତିଙ୍କୁ ତଳେ ପକାଇ ଜୋରରେ ମାଡ ମାରିଥିଲେ । ଆଉ ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସୁଲୁଙ୍କ ଆକ୍ରମଣରେ ୬ ଜଣ ସମବାୟ ସମିତି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖଲିକୋଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂପୃକ୍ତ ସରପଂଚ ଗାଁ ଛାଡି କୁଆଡେ ପଳାଇ ଯାଇଥିବା ଜଣାପଡିଛି ।