ଟଳିପଡିଲେ ସରପଂଚ ପ୍ରାର୍ଥିନୀ ! କେନ୍ଦୁଝର ଝୁମ୍ପୁରା ବ୍ଲକ ଟୁକୁଡିହା ପଂଚାୟତରେ ଲଢ଼ୁଥିଲେ ନିର୍ବାଚନ

28

କନକ ବ୍ୟୁରୋ: ପ୍ରଚାର କରୁଥିବାବେଳେ ଟଳିପଡିଲେ ସରପଂଚ ପ୍ରାର୍ଥି । ପରେ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଝୁମ୍ପୁରା ବ୍ଲକର ଟୁକୁଡିହା ପଂଚାୟତରେ । ଏହି ପଂଚାୟତରେ ସରପଂଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଶକୁନ୍ତଳା ନାୟକ ଆଜି ହଠାତ ଅସୁସ୍ଥତା ଅନୁଭବ କରି ତଳେ ପଡିଯାଇଥିଲେ ।

ଶକୁନ୍ତଳାଙ୍କ ସମର୍ଥକ ମାନେ ତାଙ୍କୁ ପ୍ରଥମେ ଉଖୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା । କେନ୍ଦୁଝର ଡାକ୍ତରଖାନାରେ ପହଂଚିବା ବେଳକୁ ଶକୁନ୍ତଳାଙ୍କର ମୃତ୍ୟୁ ହୋଇ ସାରିଥିଲା । ଶକୁନ୍ତଳାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିିବା ସନ୍ଦେହ କରାଯାଉଛି ।