ନୃଶଂସତାର ସୀମାପାର ! ୭ ବର୍ଷୀୟ ବାଳକକୁ ବିଲରେ ୧୦୦ ଟୁକୁଡା କରି ମାଟିରେ ମିଶାଇଲା ହତ୍ୟାକାରୀ ।

222

ମଣିଷ ଯେତେ ଆଧୁନିକ ହୋଇଯାଉଛି ସେତେ ଅଧିକ ନୃଶଂସ ଏବଂ ନିର୍ମମ ମଧ୍ୟ ହୋଇଯାଉଛି । ବର୍ତ୍ତମାନ ବିହାରର ଛପରା ଜିଲ୍ଲାରୁ ଏଭଳି ଏକ ଖବର ଆସିଛି ଯାହାକୁ ଶୁଣି ଆପଣଙ୍କ ଲୋମ ଟାଙ୍କୁରିବା ସହ ରକ୍ତ ମଧ୍ୟ ଗରମ ହୋଇଯିବ । ଏଠାରେ ନିର୍ମମତାର ସୀମାକୁ ପାର କରି ନା କେବଳ ଏକ ଛୋଟ ପିଲାକୁ ହତ୍ୟା କରାଗଲା ଏହାସହା ଟ୍ରାକ୍ଟର ମାଧ୍ୟମରେ ମୃତ ଶରୀରକୁ ବିଲରେ ଯୋତାଗଲା । ଏଠାରେ ଜଣେ ୭ ବର୍ଷୀୟ ଶିଶୁକୁ ହତ୍ୟା କରି ଜଣେ ଟ୍ରାକ୍ଟର ଚାଳକ ବିଲ ଚାରିପାଖରେ ମୃତଶରୀରକୁ ବିଲରେ ୧୦୦ ଟୁକୁଡା କରି ଯୋଚିଦେଲେ ।

ସୂଚନା ମୁତାବକ ଗୋଲୁ ନାମକ ଜଣେ ୭ ବର୍ଷର ବାଳକ ଘରୁ ଉକ୍ତ ଦିନ ସକାଳୁ କେଉଁଆଡେ ଚାଲି ଯାଇଥିଲା । ଘରଲୋକ ଖୋଜାଖୋଜି କରିବାରୁ ବାଳକର ମୃତ ଶରୀରର ଏକ ଛୋଟ ଅଂଶ ବିଲ ମଧ୍ୟରୁ ମିଳିଥିଲା । ଏହାପରେ ଗୋଟି ଗୋଟି କରି ୧୦୦ ରୁ ଉଦ୍ଧ୍ୱର୍ ମାଂସ ଟୁକୁଡା ବିଲରୁ ମିଳିଲା । ଅଭିଭାବକଙ୍କ କହିବାନୁସାରେ ଛୁଆ ଟ୍ରାକ୍ଟର ଚାଳକ ମୁକେଶ ସହ ବିଲକୁ ଯାଇଥିଲା କିନ୍ତୁ ଘରକୁ ଆଉ ଫେରିନଥିଲା । ଖୋଜାଖୋଜି କରିବାରୁ ଶବର ଟୁକୁଡା ଜମିରୁ ମିଳିଥିଲା । କ୍ଷେତରେ ଛୁଆର ଆଙ୍ଗୁଠି,କାନ,କଲିଜା,ଆଖି ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ବର୍ତ୍ତମାନ ହତ୍ୟାକାରୀକୁ ପୋଲିସ୍ ଗିରଫ କରିଛି ।