ସୁପ୍ରିମୋଙ୍କଠାରୁ ଟିକେଟ୍ ପାଇ ସାରଦା ଫେରିଲେ ନିଜ ନିର୍ବାଚନୀ ମଣ୍ଡଳି । ରାଉରକେଲାରେ ପହଂଚିବା ପରେ ଫୁଲତୋଡା ଧରି ସ୍ୱାଗତ ଜଣାଇଲେ ସମର୍ଥକ

286

କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ଏବେ ନେତା ନିର୍ବାଚନ ମଣ୍ଡଳି ମୁହାଁ । ନବୀନ ନିବାସରେ ଟିକେଟ୍ ନେବାକୁ ନେତାଙ୍କ ଭିଡ ଏବଂ ଯିଏ ହଳଦିଆ ଲଫାପାରେ ଟିକେଟ ଧରି ଖୁସି ଖୁସିରେ ବାହାରିଛନ୍ତି ନେତା । ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ନିର୍ବାଚନ ମଣ୍ଡଳୀର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ନବୀନ ନିବାସ ଆସି ବିଜେଡି ଟିକେଟ୍ ନେଇଛନ୍ତି ।

ତେବେ ରାଉରକେଲା ବିଧାନସଭା ଆସନରେ ନିର୍ବାଚନ ଲଢିବା ପାଇଁ ବିଜେଡି ଟିକଟ ପାଇବା ପରେ ରାଉରକେଲାରେ ପହଂଚିଛନ୍ତି ସାରଦା ନାୟକ । ସାରଦା ରାଉରକେଲାରେ ପହଂଚିବା ପରେ ତାଙ୍କୁ ତାଙ୍କ ସମର୍ଥକ ସ୍ୱାଗତ କରିଛନ୍ତି । ରାଉରକେଲା ବିଜୁ ଛାତ୍ର ଜନତା ଓ ବଜୁ ମହିଳା ଜନତା ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ରାଉରକେଲା ପାଇଁ ବିଜେଡି ସୁପ୍ରିମୋ ସାରଦାଙ୍କୁ ଟିକଟ୍ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ନିରଂଜନ ପୂଝାରୀଙ୍କୁ ୨୦୧୯ ନିର୍ବାଚନ ଲଢିବା ପାଇଁ ଦଳିୟ ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଟିକଟ ଦେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ନିରଂଜନ ପୂଝାରୀ ଭୁବନେଶ୍ୱରରୁ ସୋନପୁରରେ ପହଂଚିବା ପରେ ତେଲନଦୀ ବ୍ରିଜ ଛକରେ କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି ।