ମହିଳା ସଶକ୍ତିକରଣ ପାଇଁ ଗଜପତି ଏସପିଙ୍କ ନିଆରା ଉଦ୍ୟମ : ଷ୍ଟୁଡିଓରେ ସାଥୀଙ୍କ ସହ ଗାଇଲେ ଗୀତ, ମହିଳା ଓ ନାବାଳିକା ସୁରକ୍ଷା ପାଇଁ ହାଇଦ୍ରାବାଦ ଢାଂଚାରେ ଜିଲ୍ଲାରେ ହୋଇଛି ସି ଟିମ୍

247

କନକ ବ୍ୟୁରୋ : ଗୀତ ଗାଇଲେ ସାରା ଶର୍ମା । ଗଜପତି ଏସପି ସାରା ଶର୍ମା ଗୀତ ଗାଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ମହିଳା ସୁରକ୍ଷା ପାଇଁ ଗଜପତି ଜିଲ୍ଲାରେ ମହିଳା ଓ ନାବାଳିକାଙ୍କ ସୁରକ୍ଷା ପାଇଁ ହାଇଦ୍ରାବାଦ୍ ଢାଂଚାରେ କାମ କରିବ ସି ଟିମ୍ । ଏହାର ପ୍ରଚାର ପ୍ରସାର ଓ ଜନସଚେତନତା ସୃଷ୍ଟି ପାଇଁ ଏକ ଗୀତ ରେକର୍ଡ କରାଯାଇଛି । ଯେଉଁଥିରେ ନିଜେ କଣ୍ଠଦାନ କରିଛନ୍ତି ଗଜପତି ଏସପି ସାରା ଶର୍ମା ।

ସି ଟିମ୍ ସଦସ୍ୟ ଜରିଆରେ ମହିଳା ସୁରକ୍ଷା ପାଇଁ କାମ କରିବାକୁ ଅଭିନବ ଉଦ୍ୟମ କରିଛନ୍ତି ସାରା ଶର୍ମା । ଆସନ୍ତା ୨୮ ତାରିଖରୁ ଓଡିଶାରେ ଏହି ସି ଟିମ୍ କାମ ଆରମ୍ଭ କରିବ । ଗଜପତିରେ ଏହାର ପାଇଲଟ୍ ପ୍ରୋଜେକ୍ଟ ହାତକୁ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସାରା ଶର୍ମା । କୌଣସି ସ୍ଥାନରେ ମହିଳା କିମ୍ବା ଝିଅ ମାନେ ସମସ୍ୟାରେ ପଡିଲେ ସି ଟିମ୍ ନମ୍ବବରରେ ଫୋନ୍ ଯୋଗେ ଯୋଗାଯୋଗ କଲେ ତୁରନ୍ତ ଏହି ସଦସ୍ୟ ପହଁଚି ସେମାନଙ୍କୁ ଉଦ୍ଧାର କରିବେ ।