ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଟେଲି ଅଭିନେତ୍ରୀଙ୍କ ନଗ୍ନ ଭିଡିଓ ! ନିଶାସକ୍ତ ଅବସ୍ଥାରେ ସାନ ଭଉଣୀ ଭିଡିଓ ପ୍ରସ୍ତୁତ କରିଥିବା ନେଇ ସଫେଇ ଦେଲେ ଅଭିନେତ୍ରୀ ।

54

ସବୁ ବେଳେ ଚର୍ଚ୍ଚାରେ ରହିବା ପାଇଁ କିଛି ନା କିଛି କାମ କରୁଥିବା ଅଭିନେତ୍ରୀ ସାରା ଏବେ କିଛି ନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କିଛି ଦିନ ତଳେ ତାଙ୍କର ଏକ ନଗ୍ନ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ନଜର ଆସୁଥିବାରୁ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡ଼ିଓ କେମିତି, କିଏ ଏବଂ କ’ଣ ପାଇଁ ଭାଇରାଲ କଲା ସେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ସାରା । ଏହି ଭିଡ଼ିଓଟି ଆଉ କେହି ନୁହଁ ବରଂ ତାଙ୍କ ଭଉଣୀ ଆଏରା ଖାନ୍ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରିଥିଲେ ବୋଲି ସେ ସର୍ବସମ୍ମୁଖରେ ସ୍ୱୀକାର କରିଛନ୍ତି ।

 

ଏକ ଇଂରାଜି ଖବରକାଗଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “କିଛି ଦିନ ତଳେ ମୋର ଏକ ବାଥ୍ଟବ୍ ଭିଡ଼ିଓ ଭାଇରାଲ ହୋଇଥିଲା । ସେ ଭିଡ଼ିଓରେ ମୋ ସହ ମୋ ଭଉଣୀ ମଧ୍ୟ ଥିଲେ । ଯାହାକୁ ନେଇ ଅନେକ ଲୋକ ଅନେକ କଥା କହିଥିଲେ । ବିବସ୍ତ୍ର ହୋଇ ଦୁଇ ଭଉଣୀ ଗୋଟେ ବାଥ୍ଟବ୍ରେ ଗାଧୋଇବା ମୋତେ କିଛି ଭୁଲ ଲାଗୁନାହିଁ । ଏବେ ମୁଁ ମୋ ସବୁ ଭଉଣୀମାନଙ୍କ ସହ ବୁଲିବାକୁ ଆସିଛି । ମୁଁ ଏବଂ ମୋ ଭଉଣୀ ବାଥ୍ଟବ୍ରେ ଗାଧୋଉଥିବା ବେଳେ ଏହି ଭିଡ଼ିଓଟି ରେକର୍ଡ଼ କରାଯାଇଥିଲା । ଯାହାକୁ ମୋ ଭଉଣୀ ଆଏରା ନିଶାରେ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରି ଦେଇଥିଲେ । ଯେମିତି ଏ ବିଷୟରେ ଆମେ ଜାଣିବାକୁ ପାଇଲୁ ତୁରନ୍ତ ସେ ଭିଡ଼ିଓକୁ ସୋସିଆଲ ସାଇଟ୍ରୁ ହଟାଇ ଦେଇଥିଲୁ । କିନ୍ତୁ ସେତେବେଳକୁ ତାହା ଭାଇରାଲ ହୋଇ ଯାଇଥିଲା । ମୋତେ ଲାଗୁନି କି ଏ ଭିଡ଼ିଓକୁ ଦେଖି କାହାର ଭାବନାକୁ ଆଘାତ ଲାଗିଥିବ। ‘ସପନା ବାବୁଲ କାଟ୍ଟ.ବିଦାୟୀ’ ଧାରାବାହିକରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ସାରା ଖୁବ୍ କମ ସମୟରେ ସଫଳତାର ଶୀର୍ଷରେ ପହଁଞ୍ଚିଥିଲେ ।