ନବାବ୍ ଖାନଦାନର ଝିଅ ମିଡିଆ ସାମ୍ନାରେ ଲୁଚାଇଲେ ମୁହଁ ! ଜାଣନ୍ତୁ କାହିିଁକି ଏପରି କଲେ ସାରା ଖାନ୍

27

ସୈଫ ଅଲ୍ଲୀ ଖାନଙ୍କ ଝିଅସାରା ଅଲ୍ଲୀ ଖାନ ଏବେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ପ୍ରଥମରୁ ଖବର ଆସୁଥିଲା କରଣ ଜୋହରଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ । କିନ୍ତୁ ଏବେ ଜଣାପଡିଛି ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରେ ତାଙ୍କ ଜାଗା ନେଇ ଯାଇଛନ୍ତି ଦିଶା ପଟ୍ଟାନୀ । ଏହା ପରଠାରୁ ସାରା ବହୁତ ଦୁଃଖୀ ନଜର ଆସୁଛନ୍ତି ।

ନିକଟରେ ସେ ତାଙ୍କ ସାବତ ମା କରୀନା କପୁରଙ୍କ ସହ ଏକ ପାର୍ଟିରେ ପହଞ୍ଚିଥିଲେ କିନ୍ତୁ ସେଠାରେ ସେ କାହା ସହ କଥା ହୋଇ ନଥିଲେ ।  ପାର୍ଟିରୁ ବାହରିଲା ବଳେ ମଧ୍ୟ ସାରା ନିଜର ମୁହଁ ଲୁଚାଉଥିବାର ଦେଖାଗଲା । ସୂତ୍ର ଅନୁସାରେ ପ୍ରଥମରୁ ସେ ଗାଡିରୁ ଓହ୍ଲାଇବା ପାଇଁ ଚାହୁଁନଥିଲେ । ପରେ ସେ ହାତ ଓ ରୁମାଲ ସାହାଯ୍ୟରେ ମୁହଁ ଲୁଚାଇ ପାର୍ଟିକୁ ଦୌଡି କି ଯିବାର ଦେଖାଦେଇଥିଲା । ସେ ମିିଡିଆର ପ୍ରଶକୁ ଡରି ଏପରି କରିଥିବା ଜଣାପଡିଛି ।