ସିରିଏଲରେ ନଜର ଆସିବେ ସପନା ଚୌଧରୀ ! ‘ବାବୁଜୀ’ ଗୀତରେ ଲଗାଇବେ ଠୁମକା

33

ବିଗବସ ଘରୁ ବାହାର ହେବା ପରେ ସପନାଙ୍କ ଜୀବନରେ ପରିବର୍ତ୍ତନ ଦେଖାଯାଇଛି । କିଛି ପରିବର୍ତ୍ତନ ସେ ନିଜେ ଆଣିଥିବା ବେଳେ ଆଉ କିଛି ପରିବର୍ତ୍ତନ ସେ ବାହାରକୁ ଆସିବା ପରେ ହୋଇଛି । ଅଭୟ ଦେଓଲଙ୍କ ସହିତ ଏକ ସିନେମା ମିଳିବା ପରେ ଏବେ ତାଙ୍କୁ ଏକ ସିରିଏଲ ମିଳିଥିବା ମଧ୍ୟ ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ସପନା ଖୁବ ଶୀଘ୍ର କଲର୍ସର ଲୋକପ୍ରିୟ ସୋ ‘ଲାଡୋ ବୀରପୁର କି ମର୍ଦ୍ଦାନୀ’ରେ ପ୍ରବେଶ କରିବେ । ସେ ସୋ’ରେ ‘ବାବୁଜୀ ଜରା ଧୀରେ ଚଲୋ’ ଗୀତରେ ରନତେଜଙ୍କ ସହିତ ଠୁମକା ଲଗାଇଥିବାର ଦେଖିବାକୁ ମିଳିବେ ।

ବିଗବସ ବିଷୟରେ ପଚାରିବାରୁ ସେ ନିଜ ବିଷୟରେ କିଛି ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ହିନା ତାଙ୍କ ସାଙ୍ଗ । ବିଗବସର ବିଜେତା ବିକାଶ ହୋଇପାରନ୍ତି । ତେବେ ତାଙ୍କ କହିବା ଅନୁସାରେ ସେ ପୂର୍ବରୁ ବିକାଶଙ୍କ ସହିତ ବନ୍ଧୁତା କରିଥିଲେ କିନ୍ତୁ ବିକାଶ ମାଇଣ୍ଡ ଗେମ ଖେଳୁଥିବାର ଜାଣିବା ପରେ ସେ ତାଙ୍କ ଠାରୁ ଦୂରେଇ ରହିଥିଲେ । ତେବେ ସପନା ବିଗବସରେ ଜଣେ ଦକ୍ଷ ପ୍ରତିଯୋଗୀ ଥିଲେ ଏବଂ ସେ ସେଠାରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ଏହାପରେ ରେମୋ ତାଙ୍କୁ ସିନେମାରେ କାମ କରିବାକୁ ଅଫର ଦେଇଥିଲେ । ତେବେ ସପନା ସଲମାନଙ୍କ ଅଭିନୀତ ସିନେମା ରେସ ଥ୍ରିରେ ଆଇଟମ ଗୀତରେ ନଜର ଆସିବେ ବୋଲି ସୂଚନା ମିଳିଛି ।