ଘନେଇଲା #MeToo ବିବାଦ : ମହାନାୟକ ଅମିତାଭ ବଚ୍ଚନଙ୍କୁ ମିଳିଲା ଚେତାବନୀ-ଖୁବ୍ ଶୀଘ୍ର ସାମନାକୁ ଆସିବ ଆପଣଙ୍କ ଭୟଙ୍କର ସତ

77

ଭାରତରେ #MeToo ଅଭିଯାନ ଆରମ୍ଭ ହେବା ପରଠାରୁ ବଲିଉଡ୍ ର ଅନେକ ବଡ ବଡ ନାମ ଯୈାନ ଉତ୍ପୀଡନ ଅଭିଯୋଗରେ ଘେରି ହୋଇସାରିଲାଣି । ସେମାନଙ୍କ ମଧ୍ୟରୁ ବିକାଶ ବେହେଲ, ନାନା ପାଟେକର, ଅନୁ ମଲିକ ଠାରୁ ଆରମ୍ଭ କରି କୈଲାଶ ଖେର୍ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଏବେ ଏହି ମାମଲାରେ ସମସ୍ତଙ୍କୁ ଚକିତ କରି ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପନା ଭବନାନୀ ଟ୍ୱିଟରରେ ମହାନାୟକ ଅମିତାଭ ବଚ୍ଚନଙ୍କ ଉପରେ ଆକ୍ରମଣ କରିଛନ୍ତି ।

#MeToo ଅଭିଯାନର ସମର୍ଥନରେ କରାଯାଇଥିବା ଅମିତାଭ ବଚ୍ଚନଙ୍କ ଟ୍ୱିଟ୍ ର ଜବାବରେ ସପନା ଲେଖିଛନ୍ତି କି, “ଏହା ସବୁଠାରୁ ବଡ ମିଛ । ସାର୍ ପିଙ୍କ ଫିଲ୍ମ ଆସି ଚାଲିଗଲାଣି ଏବଂ ଆପଣଙ୍କ ସ୍ୱେଚ୍ଛାସେବୀ ଛବି ବହୁତ ଶୀଘ୍ର ଶେଷ ହେବ । ଆପଣଙ୍କ ସତ ବହୁତ ଶୀଘ୍ର ଦୁନିଆ ସାମନାକୁ ଆସିବ ।” କେବଳ ଏତିକି ହି ନୁହେଁ, ସପନା ଏହା ବି ଲେଖିଥିଲେ କି ସେ ବଚ୍ଚନଙ୍କ ଯୈାନ ଅସଦାଚରଣର ଅନେକ କାହାଣୀ ଶୁଣିଛନ୍ତି । ଆଶା କରିଛନ୍ତି କି ସେ, ସେହି ମହିଳାମାନେ ବି ସାମନାକୁ ଆସିବେ ।

ସେ ଆଉ ଏକ ଟ୍ୱିଟ୍ ଜରିଆରେ ସ୍ପଷ୍ଟ କଲେ କି ଅମିତାଭ ବଚ୍ଚନ ତାଙ୍କ ସହିତ କୈାଣସି ଦୁର୍ବ୍ୟବହାର କରିନାହାଁନ୍ତି, କିନ୍ତୁ ସେ ଅନେକ ଲୋକଙ୍କୁ ଜାଣନ୍ତି, ଯାହାଙ୍କ ସହ ବିଗ୍ ବି ଏମିତି କରିଛନ୍ତି । ତାଙ୍କ ଟ୍ୱିଟ୍ କେବଳ ସେହି ମହିଳାଙ୍କ ପାଇଁ ଥିଲା, ସେମାନେ ଏବେ ଭୟ ନ କରି ନିଜ କଥା ରଖିପାରିବେ ।