ଅସହ୍ୟ ହେଲା କଂଗ୍ରେସ ଅଧ୍ୟକ୍ଷଙ୍କ ଅପମାନ, ତାଙ୍କ ନାଁରେ ଖୋଲିଲେ ମାଗଣା କ୍ୟାଂଟିନ୍

49

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିବଭକ୍ତ ଉପରେ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିଶ୍ୱାସ ନକଲେ ବି କିଛି ଲୋକ ଅଛନ୍ତି ତାହାକୁ ସତ ମାନିବା ସହିତ ରାହୁଲଙ୍କୁ ଏହି ମାମଲାରେ ଭାଇ ମାନି ନେଇଛନ୍ତି । ଉନ୍ନାବରୁ ରାୟବରେଲୀ ଯିବା ରାସ୍ତାରେ ରାସ୍ତାକଡରେ ‘ରାହୁଲ ଗାନ୍ଧୀ’ଙ୍କ ନାମରେ ଏକ କ୍ୟାଂଟିନ୍ ଚାଲୁଛି , ଯାହାକୁ ଜଣେ ସନ୍ୟାସୀ ବାବା ଖୋଲିଛନ୍ତି । ସେ ଏହି କ୍ୟାଂଟିନରେ ଗରୀବଙ୍କୁ ମାଗଣାରେ ଖାଦ୍ୟ ଦିଅନ୍ତି । ଯେଉଁ ଲୋକମାନେ ନିଜ ଇଚ୍ଛାରେ ଟଙ୍କା ଦେବା ପାଇଁ ଚାହାଁନ୍ତି, ସେମାନେ ହିଁ ଦିଅନ୍ତି । ପାଖାପାଖି ୧୫୦ ଲୋକ ସେହି କ୍ୟାଂଟିନରେ ପ୍ରତିଦିନ ଭୋଜନ କରନ୍ତି ।

ରାଜୁ ବାବା ନାମକ ଜଣେ ନାଗା ସାଧୁ ୩ସପ୍ତାହ ପୂର୍ବରୁ ଏହି କ୍ୟାଂଟିନ୍ ଆରମ୍ଭ କରିଥିଲେ । ତାଙ୍କ କହିବାନୁସାରେ, ଅମରନାଥ ଯାତ୍ରା ଓ କୈଳାସ ମାନସରୋବରକୁ ଯାଉଥିବା ଲୋକଙ୍କ ପାଇଁ ସେ ପ୍ରାର୍ଥନା କରନ୍ତି । ସେ ରାହୁଲ ଗାନ୍ଧୀଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି, ହେଲେ ବିପକ୍ଷ ଦଳ ତାଙ୍କର ମଜାକ୍ ଉଡାଇଲେ । ତାଙ୍କୁ ଖରାପ ଲାଗିଲା ଓ ରାହୁଲଙ୍କ ପାଇଁ ଭାଇଚାରା ଭାବନା ଜାଗିଲା । ସେତେବେଳେ ତାଙ୍କୁ ଲାଗିଲା କି ମାଗଣା କ୍ୟାଂଟିନ୍ ଆରମ୍ଭ କରିବା ଉଚିତ୍ ।

ରାହୁଲଙ୍କ ନାମରେ କ୍ୟାଂଟିନ୍ ଦେଖି କଂଗ୍ରେସ ପୂର୍ବ ସାଂସଦ ଅନୁ ଟଣ୍ଡନ ବ୍ରେଡ ପକୋଡା ନଖାଇ କି ରହିପାରିଲେନି । ସନ୍ୟାସୀ ବାବାଙ୍କ କହିବାନୁସାରେ, ତାଙ୍କ ଗାଁକୁ ଅଚ୍ଛେ ଦିନ୍ ନାମରେ ମିଛ କୁୂହାଯାଇଛି । ଅନେକ ଲୋକଙ୍କ ପାଇଁ ୨ ଓଳି ରୁଟି ଖାଇବା ମୁସ୍କିଲ ହୋଇଗଲାଣି । ସେଥିପାଇଁ ସେ ମାଗଣା କ୍ୟାଂଟିନ୍ କରିବାର ନିଷ୍ପତ୍ତି ନେଲେ ।