ନୟାଗଡ ସନ୍ତୋଷ ଶତପଥୀ କିଡନାପ ଘଟଣା : ଅପହରଣକାରୀ ଜୁମନ ଗିରଫ

26

ନୟାଗଡ : ଜଣେ ଯୁବକକୁ ଯୋଜନାବଦ୍ଧ ଭାବରେ ଅପହରଣ ପରେ ତାଙ୍କ ପରିବାରଠାରୁ ଅର୍ଥ ଆଦାୟର ଯୋଜନା ଫସର ଫାଟିଛି । ଏହି ଚର୍ଚିତ ଅପହରଣ ଘଟଣା ଉପରୁ ପର୍ଦ୍ଦା ହଟାଇଛି ନୟାଗଡ ପୋଲିସ । ନୟାଗଡ ସହରର ଦମକଳ କେନ୍ଦ୍ର ନିକଟ ବଜାର । ଦୁଇ ଦିନ ତଳେ ଦିନ ଦ୍ୱିପହରରେ ସ୍ଥାନୀୟ ବରପଲ୍ଲୀ ଗାଁର ଯୁବକ ସନ୍ତୋଷ ଶତପଥୀଙ୍କୁ ଅଚାନକ ଆକ୍ରମଣ କଲେ ୨ ଜଣ ଯୁବକ । ବୋତଲ ଭାଙ୍ଗି ପେଟରେ ଭର୍ତି କରିଦେବାର ଭୟ ଦେଖାଇ ବାଇକ ଯୋଗେ ଅପହରଣ କରିନେଲେ ଦୁବୃର୍ତ । ଖବର ପହଁଚିଲା ପରିବାର ଲୋକଙ୍କ ନିକଟରେ । ଅସ୍ତବ୍ୟସ୍ତ ପରିବାର ଲୋକେ ସନ୍ତୋଷଙ୍କ ମୋବାଇଲକୁ ଫୋନ କଲେ । ହେଲେ ଫୋନ ଥିଲା ଅପହରଣକାରୀଙ୍କ ନିକଟରେ । ଯାହା ଉତର ମିଳିଲା ମୁଣ୍ଡ ଘୁରାଇ ଦେଲା ପରିବାର ଲୋକଙ୍କର । ସନ୍ତୋଷଙ୍କ ବଦଳରେ ମାଗିଲେ ୪୦ ହଜାର ଟଙ୍କା । ଅନ୍ୟ ଉପାୟ ନ ପାଇ ଥାନାରେ ଅଭିଯୋଗ କଲେ ପରିବାର ଲୋକେ ।

ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କଲା ଛାନଭିନ । ମାନିନୀଙ୍କ ଫୋନରୁ ଭିନ୍ନ ପରିଚୟରେ ଫୋନ କଲେ ନିଜେ ଟାଉନ ଥାନା ଆଇଆଇସି । ପଇସା ପଠାଇବା ପାଇଁ ଅପହରଣକାରୀଙ୍କ ସହ ତିଆରି କଲେ ବ୍ଳୁ ପ୍ରିଂଟ । ଅପହରଣକାରୀଙ୍କ ସ୍ଥିତି ସଂପର୍କରେ ଜାଣିବା ପରେ ଯୋଜନା ମୁତାବକ ସାଧା ପୋଷାକରେ ମାନିନୀଙ୍କୁ ସାଙ୍ଗରେ ନେଇ ବାହାରିପଡିଲେ ଜଣେ ପୋଲିସ କର୍ମଚାରୀ । ପରେ ସେମାନଙ୍କୁ ଫଲୋ କଲା ଆଉ ଏକ ପୋଲିସ ଟିମ । ଆଉ ନୂଆ ବସଷ୍ଟାଣ୍ଡ ନିକଟ ଜଂଗଲ ନିକଟରେ ଏହି ୨ ଅପରାଧୀଙ୍କୁ ମାଡି ବସିଲା ପୋଲିସ । ଆଉ ଉଦ୍ଧାର କଲା ସନ୍ତୋଷଙ୍କୁ ।

ପୀଡିତ ଯୁବକ ସନ୍ତୋଷ ତାର ଜଣେ ବନ୍ଧୁ ସହ ମିଶି ଫୁଲବାଣୀରେ ଏକ ଇନସ୍ୟୁରାନସ କମ୍ପାନୀର ଶାଖା ଖୋଲି କିଛି ମାସ ପରେ ଏହାକୁ ବନ୍ଦ କରିଦେଇ ଚାଲି ଆସିଥିଲେ । ଟଙ୍କା କାରବାରକୁ ନେଇ ଏହି ଅପହରଣ କରାଯାଇଥିବା ସଂଦେହ କରୁଛି ପୁଲିସ ।