ହନିଟ୍ରାପରେ ବିଜେପି ସାଂସଦ ! ନିଶା ଦେଇ ହାଇପ୍ରୋଫାଇଲ ମହିଳା ଉଠାଇଲେ ଆପତିଜନକ ଫଟୋ

54

କନକ ବ୍ୟୁରୋ : ଦିଲ୍ଲୀରେ ହନିଟ୍ରାପ ଭଳି ଏକ ଚାଂଚଲ୍ୟକର ମାମଲା ଏବେ ସାମ୍ନାକୁ ଆସିଛି । ବିଜେପି ସାଂସଦ କେ.ସି ପଟେଲ ଏଭିଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଏକ ମହିଳା ଗ୍ୟାଙ୍ଗ ତାଙ୍କୁ ଫସାଇ ନିଶା ଔଷଧ ଦେଇଥିଲେ । ପରେ ତାଙ୍କର ଆପତିଜନକ ଫଟୋ ଉଠାଇ ବ୍ଲାକମେଲ କରୁଛନ୍ତି ।

ଏନେଇ ଅଭିଯୋଗ ହେବା ପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଂସଦ ଅଭିଯୋଗ କରିଛନ୍ତି, ଫଟୋକୁ ଲିକ କରିବା ନାଁରେ ସଂପୃକ୍ତ ମହିଳା ଗ୍ୟାଙ୍ଗ ବ୍ଲାକମେଲ କରୁଛନ୍ତି । ତାଙ୍କୁ ୫ କୋଟି ଟଙ୍କା ମଗାଯାଉଛି । ସବୁଠାରୁ ବଡ କଥା ହେଲା,ଜଣେ ହାଇପ୍ରୋଫାଇଲ ମହିଳା ତାଙ୍କ ସହ ସମ୍ପର୍କ ରଖି ଘରକୁ ନେଇଥିଲେ । ଆଉ ଘରେ ତାଙ୍କୁ ନିଶା ଦିଆଯାଇଥିଲା । ବର୍ତମାନ ମାମଲାରେ ଦିଲ୍ଲୀ ପୋଲିସ କ୍ରାଇମବ୍ରାଂଚ କିମ୍ବା ସ୍ପେଶାଲ ସେଲର ସହାୟତା ନେବାକୁ ଚାହୁଁଛି । ତେବେ ମାମଲାର ଯାଂଚ ହେଲେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –