ପାର୍ଟି ଦେବେ କିଙ୍ଗ୍ ଖାନ ! ‘ରଇସ’ର ସଫଳତାକୁ ନେଇ କରିବେ ଉତ୍ସବ ପାଳନ

19

ଗତ ୨୫ ଜାନୁଆରୀରେ ସିନେ ପରଦାକୁ ଆସିଥିବା କିଙ୍ଗ୍ ଖାନଙ୍କ ସିନେମା ‘ରଇସ’ ଦେଶ ବିଦେଶରେ ମଚେଇଛି ଧମାଲ । ସିନେମାର ଏହି ସଫଳତା ପାଇଁ କିଙ୍ଗ୍ ଖାନ୍ ଆଜି ପୁରା ଟିମ୍ ପାଇଁ ସଫଳତାର ପାର୍ଟି ଆୟୋଜନ କରିବେ ବୋଲି ସୂଚନା ମିଳିଛି ।

ତେବେ ସିନେମାର ପୁରା ଟିମ୍ କାଳେ କୌଣସି ମାଦକଦ୍ରବ୍ୟ ପାନ ନକରି ଏହି ପାର୍ଟିକୁ ସେଲିବ୍ରେଟ କରିବେ ବୋଲି ଶୁଣିବାକୁ ମିଳିଛି ।‘ରଇସ’କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ‘କାବିଲ’ ଠାରୁ ମଧ୍ୟ ଭଲ ଆୟ କରିଛି ଏହି ସିନେମାଟି ।