ମୋଦିଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା! ୪ ବର୍ଷ ଶାସନକାଳରେ ବିଫଳ ହୋଇଛି ମୋଦି ସରକାର

30

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତିକୁ ନେଇ ଉତ୍ସବ ମୁଖର ହୋଇ ପଡିଥିବା ବିଜେପିକୁ ସମାଲୋଚନା କରିଛନ୍ତି ହିନ୍ଦୁ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ । ପୂର୍ବରୁ ଅନେକ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ନିଜର ମତାମତ ରଖିଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତିକୁ ନେଇ ରଖିଥିବା ମନ୍ତବ୍ୟ ବିଜେପି ପାଇଁ ଅଡୁଆ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ କହିଛନ୍ତି ଯେ ମୋଦି ସରକାର କ୍ଷମତାକୁ ଅସିବା ସହ ଭାରତକୁ ଏକ ଉନ୍ନତ ଦେଶଭାବେ ଗଢ଼ିବା ପାଇଁ ଦେଶବାସୀଙ୍କୁ ତାଙ୍କ ଠାରୁ ଅନେକ କିଛି ଆଶା ଥିଲା, କିନ୍ତୁ ଦେଶବାସୀଙ୍କୁ ମୋଦି ନିରାଶ କରିଛନ୍ତି । କାରଣ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଗୋମାଂସ ଚାଲାଣ କଳଙ୍କ ଏପର୍ଯ୍ୟନ୍ତ ହଟିପାରିଲା ନାହିଁ ।

ଦୀର୍ଘ ବର୍ଷଧରି ଦେଶବାସୀ ଓ ଧର୍ମ ନିରପେକ୍ଷତାକୁ ଦୃଷ୍ଟିରେ ରଖି “ସମାନ ନାଗରିକ ସହିଂତା” ନୀତି ପ୍ରଣୟନ କ୍ଷେତ୍ରରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି ମୋଦି ସରକାର । ସେହିଭଳି ଜମ୍ମୁ-କାଶ୍ମୀର ସ୍ଥିତି, ପବିତ୍ର ଗଙ୍ଗା ନଦୀର ସୁରକ୍ଷା ଉପରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ୱତୀ ।ଅନ୍ୟପଟେ ଦେଶରେ ସାମ୍ପ୍ରଦାୟିକ ସ୍ଥିତିକୁ ସୁଧାରିବାକୁ ହେଲେ ଧର୍ମ କ୍ଷେତ୍ରରେ ନୁହେଁ ବରଂ ରାଜନୈତିକ ଦଳ ମାନେ ଏ ଦିଗରେ ଚିନ୍ତା କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଅନ୍ୟପଟେ କଂଗ୍ରେସକୁ ସମର୍ଥନ କରୁଥିବା ଅଭିଯୋଗରେ ଶଙ୍କରାଚାର୍ଯ୍ୟ ଉତ୍ତର ରଖିଛନ୍ତି । ଯେଉଁମାନେ ଏଭଳି ଅଭିଯୋଗ ଆଣୁଛନ୍ତି ସେମାନେ ଜାଣି ରଖିବା ଉଚିତ୍ ମୋ ମନରେ କୌଣସି ଭେଦଭାବ ନାହିଁ । ବରଂ ଦେଶରେ ଯେଉଁଭଳି ଭାବେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ସମ୍ମାନ ଦିଆଯାଉଛି କ’ଣ ଶଙ୍କରାଚାର୍ଯ୍ୟଙ୍କୁ ସେହିଭଳି ସମ୍ମାନ ଦେଉଛନ୍ତି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଏପରିକି କଂଗ୍ରେସର ଅନେକ ନେତା ତାଙ୍କ ପାଖକୁ ଆସନ୍ତି କିନ୍ତୁ କାହାକୁ ମୁଁ ବ୍ୟକ୍ତିଗତ ସହାୟତା ଲୋଡି ନାହିଁ ବୋଲ ମନ୍ତବ୍ୟ ରଖିଛନ୍ତି ଶଙ୍କରାଚାର୍ଯ୍ୟ ।

କେବଳ ଏତିକି ନୁହେଁ ରାମମନ୍ଦିର ପ୍ରସଙ୍ଗରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ଶଙ୍କରାଚାର୍ଯ୍ୟ । କୋର୍ଟରେ ବିଚାରଧୀନ ଥିବା ମାମଲା ପାଇଁ କେନ୍ଦ୍ର ସରକାର ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି ଆଉ ଅନ୍ୟପଟେ ଦେଶବାସୀଙ୍କୁ ଭୋଟ ମାଗୁଛନ୍ତି ସରକାର । ଦେଶବାସୀଙ୍କୁ ଅନ୍ଧାରରେ ରଖିଛନ୍ତି କେନ୍ଦ୍ର ସରକାର, ଅଯୋଧ୍ୟା ମାଟି କେବଳ ରାମ ମନ୍ଦିର ପାଇଁ ଯାହାର ଶିଳାନ୍ୟାସ ଶଙ୍କରାଚାର୍ଯ୍ୟ କରିଥିଲେ ବୋଲି କହିଛନ୍ତି । ସେତେବେଳେ ବିଜେପିର ବି.ପି ସିଂହ ସରକାର ତାଙ୍କୁ ବନ୍ଦୀ କରି ଶିଳାନ୍ୟାସ ଗର୍ଭଗୃହ ଠାରୁ ଦୂରେଇଥିଲେ । ଯାହାଫଳରେ ରାମଙ୍କ ଜନ୍ମଭୂମି ପୁନଃ ନିର୍ମଣ ସମିତି ଗଠନ ହୋଇଥିଲା । ଏବଂ ସେଥିର ଏକ ମତାମତ ଧର୍ମଗୁରୁମାନେ ରଖିଥିଲେ ଯେ ନାଁ ଅଯୋଧ୍ୟାରେ କେବେ ମସଜିଦ ପାଇଁ ସ୍ଥାନ ଥିଲା ନା ରହିବା ଉଚିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।