ଶଙ୍କରାଚାର୍ଯ୍ୟଙ୍କ ସତର୍କ ବାଣୀ : ମନ୍ତ୍ରୀ ଅରୁଣ ସାହୁଙ୍କୁ ତାଗିଦ୍ କଲେ ନିଶ୍ଚଳାନନ୍ଦ ସରସ୍ୱତୀ

22

କନକ ବ୍ୟୁରୋ : ନବୀନ ସରକାରଙ୍କ ବରିଷ୍ଠ ମନ୍ତ୍ରୀଙ୍କୁ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ତାଗିଦ୍ । ନୟାଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଶଙ୍କରାଚାର୍ଯ୍ୟ ତାଗିଦ୍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଜ୍ୟ କିମ୍ବା ରାଷ୍ଟ୍ର କୌଣସି ପଣ୍ୟଦ୍ରବ୍ୟ ନୁହେଁ ବୋଲି ମନ୍ତ୍ରୀ ଅରୁଣ ସାହୁଙ୍କୁ ଶଙ୍କରାଚାର୍ଯ୍ୟ କହୁଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ କଥା ଧ୍ୟାନର ସହକାରେ ଶୁଣୁଥିବା ଦେଖାଯାଇଥିଲା ।

ଏହାସହ ମହାନଦୀ ମାମଲାରେ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ମହାନଦୀ ବିବାଦ ନେଇ ରାଜ୍ୟ ଗୁଡିକ କ’ଣ କରିବା ଉଚିତ୍ ଓ କ’ଣ କରିବା ଅନୁଚିତ ସେ ନେଇ ପରାମର୍ଶ ଦେଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –