କାହିଁକି ଶଙ୍କରାଚାର୍ଯ୍ୟଙ୍କ ଶରଣରେ ବାବୁ ବୈଜୟନ୍ତ ?

ଶୁଭ ମୁହୂର୍ତ୍ତ ଦେଖି ଘୋଷଣା ହେବ ଦାମଙ୍କ ନୂଆ ଦଳ ?

429

କନକ ବ୍ୟୁରୋ : ଖୁବଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଢିବେ ଦାମ । ଏନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଦାମଙ୍କ ଦଳରେ କେଉଁ ନେତା ମାନେ ସାମିଲ ହେବେ ତାହା ଏବେ ମଧ୍ୟ ସସପେନ୍ସରେ ରହିଛି । କିନ୍ତୁ ବାବୁ ବୈଜୟନ୍ତ କାଳେ ଦାମଙ୍କ ଦଳରେ ଯୋଗ ଦେବାକୁ ଗୋଡ କାଢି ବସିଛନ୍ତି ବୋଲି ଶୁଣିବାକୁ ମିଳୁଛି । କାରଣ ଉଭୟ ବିଜେଡିରୁ ବିଦା ହେବା ପରେ ଏବେ ଗୋଟିଏ ଘାଟରେ ପାଣି ପିଉଥିବା ଚର୍ଚ୍ଚା ହେଉଛି । ବୈଜୟନ୍ତ ମୁହଁରେ ମାନୁନଥିଲେ ମଧ୍ୟ ଭିତିରିଆ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ କରିଥିବା ଲୋକେ କହୁଛନ୍ତି ।

dama and baijaynat meetବିଜେଡିରୁ ବିଦା ହେବା ପରେ ଉଭୟ ବୈଜୟନ୍ତ ଓ ଦାମଙ୍କର ସମାନ ଅବସ୍ଥା । ପ୍ରଥମେ ବୈଜୟନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଡିଲ୍ ଫାଇନାଲ ହୋଇ ନ ପାରିବାରୁ ବିଜେପିରେ ଯୋଗ ଦେବା ଆଶା କାଳେ ବୈଜୟନ୍ତ ଛାଡି ଦେଇଥିବା ତାଙ୍କ ପାଖ ଲୋକ କହୁଛନ୍ତି । ଠିକ୍ ସେହିଭଳି କଂଗ୍ରେସରେ ମଧ୍ୟ ଯୋଗ ଦେବାକୁ ପାଗ ଭିଡୁଥିବା ବେଳେ ବୈଜୟନ୍ତଙ୍କୁ କାଳେ ତାଙ୍କର ସମର୍ଥକ ମନା କରିଥବା ଚର୍ଚ୍ଚା ହେଉଛି ।

ବିଜେଡି ହାତ ଛାଡିବା ପରେ ଏବେ ଜୟ ପଣ୍ଡା ରାଜନୀତିରେ ଥଳକୂଳ ପାଉନାହାନ୍ତି । ସବୁ ଆଡୁ ନିରାଶ ହେବା ପରେ ଏବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ ଜୟ ପଣ୍ଡା ପଶିଥିବା ଚର୍ଚ୍ଚା ହେଉଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ବୈଜୟନ୍ତ ଆର୍ଶୀବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବୈଜୟନ୍ତଙ୍କର ଏଭଳି ଏକ ଫଟୋ ସାମ୍ନାକୁ ଆସିଛି ।

ବୈଜୟନ୍ତ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କାହିଁକ ପଶିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ହାତ ଛାଡିବା ପରେ କଣ ବୈଜୟନ୍ତ ଆଧ୍ୟାତ୍ମିକ ଆଡକୁ ମନୋନିବେଶ କଲେ ନା କୌଣସି ଶୁଭକାର୍ଯ୍ୟ ପାଇଁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ଭିକ୍ଷା କଲେ । ଏଭଳି ଚର୍ଚ୍ଚା ଏଥିପାଇଁ ହେଉଛି, କାରଣ ଯେଉଁ ସମୟରେ ଦାମ ନୂଆ ଦଳ କଥା କହୁଛନ୍ତି ଠିକ୍ ସେହି ସମୟରେ ବୈଜୟନ୍ତ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଯାହାକୁ ନେଇ ଲୋକେ କହୁଛନ୍ତି ଦାମଙ୍କ ନୂଆ ଦଳ ଗଠନ ଭଳି ଶୁଭ କାର୍ଯ୍ୟ ପାଇଁ ବୈଜୟନ୍ତ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଆଉ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ପାଇବା ପରେ ନୂଆ ଦଳ ଗଠନ କରିବାକୁ ମାହେନ୍ଦ୍ରବେଳାକୁ ଦୁଇ ନେତା ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି । ସେଥିପାଇଁ ତ ଖୁବଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ ହେବ ବୋଲି ଜୋର ଦେଇ କହୁଛନ୍ତି ।