ପାଳନ କରାଯିବ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ରଜତ ଜୟନ୍ତୀ ଉତ୍ସବ! ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଭାବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ୨୫ ବର୍ଷ ପୂରଣ ।

20

କନକ ବ୍ୟୁରୋ : ପୁରୀ ଗୋବର୍ଦ୍ଧନ ପୀଠର ମଠାଧୀଶ ଭାବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୨୫ ବର୍ଷ ପୂରଣ ହେବ । ଏହି ଉପଲକ୍ଷେ ମଠ ପକ୍ଷରୁ ପାଳନ କରାଯିବ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ରଜତ ଜୟନ୍ତୀ ଉତ୍ସବ । ଏନେଇ ମହୋତ୍ସବର କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଆସନ୍ତା ଜାନୁଆରୀ ୨୨ରୁ ୨୦୧୯ ଫେବୃଆରୀ ୧୦ ବସନ୍ତ ପଂଚମୀ ଦିନ ପର୍ଯ୍ୟନ୍ତ ଏକ ବର୍ଷ ଧରି ଉତ୍ସବ ପାଳନ ହେବ । ଏହି ଜାଗରଣ ଯାତ୍ରା ପୁରୀରୁ ଆରମ୍ଭ ହେବ ।

ପରେ ଭୁବନେଶ୍ୱରଠାର ଏକ ବିଶାଳ ସାଧୁସନ୍ଥ ସମାବେଶ ଅନୁଷ୍ଠିତ ହେବ । ସେପଟେ ଜାନୁଆରୀ ୨୩ରୁ ଫେବୃଆରୀ ୭ ପର୍ଯ୍ୟନ୍ତ ଷୋଳ ଶାସନ ପରିକ୍ରମା କରିବେ । ଏହା ସହ ୩୧ଟି ବ୍ରାହ୍ମଣ ଗାଁକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । କେବଳ ଓଡିଶା ନୁହେଁ, ଓଡିଶା ବାହାରେ ମଧ୍ୟ ଏହି ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହେବ ।